ନବରଙ୍ଗପୁରରେ ଅହିଂସା ରଥ, ଶହୀଦଙ୍କ ପୀଠରୁ ମାଟି ସଂଗ୍ରହ

author img

By

Published : Sep 30, 2022, 2:36 PM IST

ନବରଙ୍ଗପୁରରେ ଅହିଂସା ରଥ, ଶହୀଦଙ୍କ ପୀଠରୁ ମାଟି ସଂଗ୍ରହ

ନବରଙ୍ଗପୁର ଜିଲ୍ଲାରେ ଗଡିଲା ଅହିଂସା ରଥ । ଜିଲ୍ଲାର ଶହୀଦ ଭୂମିରୁ ମାଟି ଓ ପାଣି ସଂଗ୍ରହ କରାଯାଉଛି । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଛି ।

ନବରଙ୍ଗପୁର: ଜିଲ୍ଲାରେ ଗଡିଲା ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ବାଗତ କରାଯାଇଛି । ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ଅତି ଆନନ୍ଦ ଉଲ୍ଲାସରେ ଦେଶବ୍ୟାପୀ ପାଳନ କରୁଅଛି । ଏହି ଅବସରରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜିଲ୍ଲାର ଶହୀଦ ଭୂମିରୁ ମାଟି ଓ ପାଣି ସଂଗ୍ରହ କରାଯାଉଛି । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ହୋଇଛି ।

ନବରଙ୍ଗପୁରରେ ଅହିଂସା ରଥ, ଶହୀଦଙ୍କ ପୀଠରୁ ମାଟି ସଂଗ୍ରହ

ନବରଙ୍ଗପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମି ପାପଡାହାଣ୍ଡି ବ୍ଲକ ସଦରମହକୁମାର ଟୁରି ନଦୀ କୂଳରେ ଥିବା ଶହୀଦ ପୀଠର ପବିତ୍ର ମାଟି ଓ ଶହୀଦଙ୍କ ରକ୍ତରେ ଲାଲ ହୋଇଥିବା ଟୁରି ନଦୀର ପାଣି ସଂଗ୍ରହ କରାଯାଇଛି । ଏକ ସ୍ୱତନ୍ତ୍ର ରଥରେ ଏହାକୁ ଭୁବନେଶ୍ୱର ପଠାଯାଇଛି l ଜିଲ୍ଲା ପ୍ରଶାସନ ତରଫରୁ ଏକ ଶୋଭାଯାତ୍ରାରେ ଆସି ଏହି ପବିତ୍ର ମାଟି ଓ ପାଣି ସଂଗ୍ରହ କରାଯାଇଛି । ଅହିଂସା ରଥ ବୁଲିବା ପରେ ଦ୍ଵିତୀୟ କାର୍ଯ୍ୟକ୍ରମ ଏହି ପବିତ୍ର ମାଟି ଓ ପାଣି ସଂଗ୍ରହକୁ ନେଇ ସମସ୍ତେ ଉତ୍ସାହିତ ଓ ଗର୍ବିତ ମଧ୍ୟ ।

ଏହା ବି ପଢନ୍ତୁ...ଆଜି ରାଜ୍ୟ କ୍ୟାବିନେଟ: ଉଚ୍ଛେଦ ହୋଇପାରେ ଠିକା ନିଯୁକ୍ତି ବ୍ୟବସ୍ଥା !

ଶହୀଦ ଭୂମିର ବୀର ପୁତ୍ରଙ୍କ ବଳିଦାନକୁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଉଦେଶ୍ୟରେ ଏକ ଶହୀଦ ଉଦ୍ୟାନ କରିବାର ଯୋଜନାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ସମସ୍ତ ପଦାଧିକାରୀଙ୍କ ସହ ପାପଡାହାଣ୍ଡି ବ୍ଲକ ପ୍ରଶାସନ ସ୍କୁଲ ଛାତ୍ରଛାତ୍ରୀ ସମେତ ରାଜ୍ୟ ସହିଦ ସ୍ମୁତି କମିଟି ସଭାପତି ଉପସ୍ଥିତ ଥିଲେ । ସହିଦ ସ୍ମୁତି ସ୍ତମ୍ଭ ନିକଟରେ ଭାରତ ମାତା କି ଜୟ ଧ୍ୱନିରେ ଏକ ଆନନ୍ଦ ମୟ ପରିବେଶ ସୃଷ୍ଟି ହୋଇଥିଲା ।

ସ୍ବାଧୀନତାର ସନ୍ଦେଶ ତଥା ମହାତ୍ମାଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସଠୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା କରୁଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ 15ରୁ ରାଜ୍ୟର ପ୍ରତି ଜିଲ୍ଲାରେ ଏହି ଅହିଂସା ରଥ ଗଡୁଛି । ଅକ୍ଟୋବର 2 ତାରିଖ ଯାଏ ରାଜ୍ୟର ସମସ୍ତ ବୀରପୁତ୍ରଙ୍କ ଜନ୍ମପୀଠ, ସ୍ମୃତିପୀଠ ପରିଭ୍ରମଣ କରି ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.