ସର୍ପାଘାତରେ ନାବାଳିକା ମୃତ, କିଛି ଦିନ ପୂର୍ବରୁ ଚାଲିଯାଇଥିଲେ ବାପା

author img

By

Published : Sep 18, 2021, 4:10 PM IST

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

ନବରଙ୍ଗପୁର ଜିଲ୍ଲା କେଷାଗୁମୁଡା ଥାନା ଅନ୍ତର୍ଗତ ମିରଗାନ ଗ୍ରାମରେ ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସ୍ଥିତ ମିରଗାନ ସାହିର ସ୍ବର୍ଗତ ନନ୍ଦ ପନାକାଙ୍କ ଝିଅ ଡଲି ପନାକା । ସୂଚନାନୁସାରେ ମିର୍ଗାନ ସାହିର ନନ୍ଦ ପନକାଙ୍କର ଶାରୀରିକ ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିଲା ।

ତେବେ ଘର ଭିତରେ ସ୍ବର୍ଗତ ନନ୍ଦଙ୍କ ବଡଝିଅ ଡଲି ଟିଭି ରିମୋଟ ଖୋଜିବା ସହିତ ଖେଳୁଥିବା ବେଳେ ଘର ଭିତରେ ଲୁଚି କରି ଥିବା ବିଷଧର ସାପ ତାଙ୍କ ଡାହାଣ ହାତକୁ କାମୁଡି ଦେଇଥିଲା । ଯାହା ଫଳରେ ଝିଅର ଚିତ୍କାର ଶୁଣି ତାଙ୍କ ମା' ଓ ପରିବାର ଲୋକେ ତୁରନ୍ତ କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରଣ କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଗୋଟିଏ ମାସ ଭିତରେ ପରିବାରର ଦୁଇ ସଦସ୍ୟଙ୍କୁ ହରାଇ ପନକାଙ୍କ ପରିବାର ଭାଙ୍ଗିପଡିଥିବା ବେଳେ ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ କିଛି ଅନୁକମ୍ପା ରାଶି ପ୍ରଦାନ ପାଇଁ ନିବେଦନ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.