ବୁଲି ଯାଇଥିଲେ ମନ୍ଦିର, ବାପା ମା’ଙ୍କ ଆଗରେ ଛୁଆକୁ ଟାଣିନେଲା ଚିତାବାଘ

author img

By

Published : Oct 12, 2021, 5:08 PM IST

Updated : Oct 12, 2021, 9:16 PM IST

ଚିତାବାଘ ଆକ୍ରମଣରେ ବାଳକ ମୃତ

ମନ୍ଦିର ଦର୍ଶନ ହେଲା କାଳ । ଦର୍ଶନ ପାଇଁ ପରିବାରବର୍ଗଙ୍କ ସହ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଚିତାବାଘ ଆକ୍ରମଣରେ ବାଳକ ମୃତ । ଅଧିକ ପଢନ୍ତୁ...

ନବରଙ୍ଗପୁର: ବାଘ ଆକ୍ରମଣରେ ବାଳକ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ଛତିଶଗଡରେ । ମୃତ ବାଳକ ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା ରାଇଗର ବ୍ସକ୍ ଅଧିନ ତୁରୁଡିହି ଗ୍ରାମର ।

ବୁଲି ଯାଇଥିଲେ ମନ୍ଦିର, ବାପା ମା’ଙ୍କ ଆଗରେ ଛୁଆକୁ ଟାଣିନେଲା ଚିତାବାଘ

ସୂଚନାନୁସାରେ ନରେନ୍ଦ୍ର ମର୍କାମାଙ୍କ ପୁଅ ଅମିତ ପରିବାର ସହ ଛତିଶଗଡ ସିହାୱାରେ ଅବସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।

ତେବେ ଅଚାନକ ସେହି ସମୟରେ ଏକ ଚିତାବାଘ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ ବାଘ ହାବୁଡରେ ପଡି ଯାଇଥିଲେ ।

ସେପଟେ ବାଘ ତାଙ୍କୁ ଟାଣି ନେଇ ପାହାଡ଼କୁ ଚାଲି ଯାଉଥିବା ସମୟରେ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାୱା ପୋଲିସ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ସିହାୱା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Oct 12, 2021, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.