କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ, 4 ଗିରଫ

author img

By

Published : Sep 17, 2021, 10:23 PM IST

working doctor beaten by miscreants in rairangpur 4 accused arrest police

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ । ଏହି ଘଟଣାରେ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର: କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗରେ ଚାରି ଗିରଫ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଶଲ୍ୟରୋଗ ବିଶେଷଜ୍ଞ ସାଓନା ଶଙ୍କର ମୁର୍ମୁଙ୍କୁ ଚାରି ଜଣ ଯୁବକ ଆକ୍ରମଣ କରି ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ସନ୍ଧ୍ୟା ସମୟରେ ଡ. ମୁର୍ମୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୱାର୍ଡ଼ ପରିଦର୍ଶନ କରୁଥିବା ସମୟରେ କିଛି ଯୁବକ ଡ୍ୟୁଟି ରୁମକୁ ଅବରୋଧ କରି ଛିଡ଼ା ହୋଇଥିଲେ। ଡ. ମୁର୍ମୁ ଉକ୍ତ ଯୁବକ ମାନଙ୍କୁ ଡ୍ୟୁଟି ରୁମ ସମ୍ମୁଖରେ ଭିଡ଼ ନ କରିବା ଏବଂ ଡ୍ୟୁଟି ରୁମର ଦ୍ବାର ସାମ୍ନାରୁ ତାଙ୍କୁ ବାଟ ଦେବା ପାଇଁ କହିବାରୁ ଡ. ମୁର୍ମୁ ଙ୍କ ସହିତ ଯୁବକ ମାନେ ଯୁକ୍ତିତର୍କ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।। ଏଥିରେ ଭୟଭୀତ ହୋଇ ଓପିଡି ପଟକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଚାରି ଜଣ ଯୁବକ ଡ. ମୁର୍ମୁଙ୍କୁ ଗାଳିଗୁଲଜ, ଠେଲାପେଲା ସହିତ କୌଣସି ଶକ୍ତ ଜିନିଷରେ ତାଙ୍କ ମୁଣ୍ଡ, ମୁହଁ ଓ ଛାତିକୁ ଆକ୍ରମଣ କରିଥିଲେ। ଫଳରେ ଡ. ମୁର୍ମୁଙ୍କ ମୁଣ୍ଡ ଫାଟି ଯିବା, ଛାତିରେ ଆଘାତ ପ୍ରାପ୍ତ ହେବା ସହିତ ନାକରୁ ରକ୍ତସ୍ରାବ ହୋଇଥିଲା। ତେବେ ରାଇରଙ୍ଗପୁର ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିଛନ୍ତି ।

କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ, ଚାରି ଗିରଫ

ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରୁଥିବା ଏକ ବୁଲେଟ ମଧ୍ୟ ଜବତ କରିଛି।

ଗିରଫ ଚାରି ଅଭିଯୁକ୍ତ ହେଲେ ରାଇରଙ୍ଗପୁର ଟାଉନ ଥାନା ରାଣୀପାଳ ଗ୍ରାମର ଗୋବିନ୍ଦ ମାରାଣ୍ଡି ଓ ପଳାଶବଣୀ ଗ୍ରାମର ଖିତିଶ ସୌନା ସିଂ ସୋରେନ, ବାଦାମପାହାଡ ଥାନା ନିଶ୍ଚିନ୍ତପୁର ଗ୍ରାମର ମୋହନ ଲାଲ ହେମ୍ବ୍ରମ ଓ ଜାନମଘୁଟୁ ଗ୍ରାମର ବିରାମ ମାଝୀ । ସମସ୍ତ ଅଭିଯୁକ୍ତଙ୍କୁ ଆଜି (ଶୁକ୍ରବାର) ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.