କରଞ୍ଜିଆ ବନଖଣ୍ଡରେ ମାତିଲେ ହାତୀ, ଆକ୍ରମଣରେ ମହିଳା ଗୁରୁତର

author img

By

Published : Sep 19, 2022, 11:56 AM IST

ହାତୀ ଆକ୍ରମଣରେ ମହିଳା ଗୁରୁତର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତର ମାଜୁରା ସାହିରେ ଗୋଟିଏ ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର । ଅଧିକ ପଢନ୍ତୁ

ରାଇରଙ୍ଗପୁର: ହାତୀ ଆକ୍ରମଣରେ ମହିଳା ଗୁରୁତର । ମର୍ଣିଂ ଓ୍ବାକ୍ କରୁଥିବା ସମୟରେ ହାତୀ ହାବୁ଼ଡାରେ ପଡିଲେ ମହିଳା । ହାତୀ ଆକ୍ରମଣରେ ଗୁରୁତର ହେଲେ ମହିଳା । ଗୁରୁତର ମହିଳାଙ୍କୁ କରଞ୍ଜିଆ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ହାତୀ ଆକ୍ରମଣରେ ମହିଳା ଗୁରୁତର

ତେବେ ସୂଚନା ଅନୁଯାୟୀ, ରବିବାର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତର ମାଜୁରା ସାହିରେ ଗୋଟିଏ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ମହିଳା ଜଣକ ଘର ନିକଟରେ ସକାଳୁ ସକାଳୁ ମର୍ଣିଂ ୱାକ୍ କରୁଥିବା ବେଳେ ହଠାତ୍ ଗୋଟିଏ ଦନ୍ତା ହାତୀ ନିକଟସ୍ଥ କାଜୁ ଜଙ୍ଗଲରୁ ଆସି କାଜଲ ସିଂ ହାଁସଦା (୨୬) ନାମକ ମହିଳାଙ୍କୁ ଆକ୍ରମଣ କରିଥିଲା । ଏନେଇ ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି ।

ଏହା ବି ପଢନ୍ତୁ- ହାତୀ ଆକ୍ରମଣରେ ମୃତ ଦୁଇ ପରିବାରକୁ ଭେଟିଲେ ବିଜେପି ଓ ବିଜେଡି ନେତା

ତେବେ ସୂଚନା ଥାଉକି, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଡାଙ୍ଗରବିଲା ଗାଁ ଭିତରକୁ ପ୍ରାୟ ୫ରୁ ଊର୍ଦ୍ଧ୍ବ ହାତୀ ପଶିଯାଇଥିଲେ । ସେହି ଗ୍ରାମର ସୀମିତ ହାଁସଦା ଘରେ ଶୋଇଥିବା ବେଳେ ହାତୀପଲ ତାଙ୍କୁ ଘର ଭିତରୁ ଟାଣି ଆଣି ବାହାରେ କଚାଡି ମାରି ଦେଇଥିଲେ । ଅନ୍ୟପଟେ ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ସଙ୍ଗାଡ଼ି ଗ୍ରାମର ଧନଞ୍ଜୟ ହାଁସଦା ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇ ନିଖୋଜ ଥିଲେ । ପରେ ଧନଞ୍ଜୟଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ହାତୀ ଧନଞ୍ଜୟଙ୍କୁ କଚାଡି ମାରିଥିବା ଜଣାପଡ଼ିଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.