ମୟୂରଭଞ୍ଜରେ ଅସରାଏ ବର୍ଷାରେ ପୋଲ ଉପରେ ଚାଲିଲା ପାଣି

author img

By

Published : Sep 21, 2021, 10:27 PM IST

ମୟୂରଭଞ୍ଜରେ ଅସରାଏ ବର୍ଷାରେ ପୋଲ ଉପରେ ଚାଲିଲା ପାଣି

ଲଘୁଚାପଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା । ମୋରଡ଼ା ବ୍ଲକ ମୋହନପୁର ନିକଟରେ ଆମ୍ବଯୋଡ଼ି ନଇପୋଲ ଉପରେ ବର୍ଷାପାଣି ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଧିକ ପଢ଼ନ୍ତୁ...

ବାରିପଦା: ଲଘୁଚାପଜନିତ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା । ମୋରଡ଼ା ବ୍ଲକ ମୋହନପୁର ନିକଟରେ ଆମ୍ବଯୋଡ଼ି ନଇ ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ପ୍ରାୟ ୩ ଫୁଟ୍‌ର ପାଣି ଚାଲୁଥିବା ଯୋଗୁଁ କୋହି ପଞ୍ଚାୟତରୁ ଗଡ଼ିଆ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ମୟୂରଭଞ୍ଜରେ ଅସରାଏ ବର୍ଷାରେ ପୋଲ ଉପରେ ଚାଲିଲା ପାଣି

ଆଜି(ମଙ୍ଗଳବାର) ସକାଳୁ ମୋରଡ଼ା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥିଲା । ପରିସ୍ଥିତି ଏଭଳି ସୃଷ୍ଟି ହୋଇଛି ଯେ ରାସ୍ତା ଉପରେ ବର୍ଷା ଜଳ ପ୍ରଭାବିତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କୋହି ପଞ୍ଚାୟତରୁ ଗଡ଼ିଆ ପଞ୍ଚାୟତକୁ ଯିବା ଆସିବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।

ଲଘୁଚାପ ଯୋଗୁଁ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପୂର୍ବରୁ ଏହାକୁ ନେଇ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇଥିଲା । ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ମଧ୍ୟ ସତର୍କ କରାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.