ଭଡାଘରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୩ ଯୁବକ

author img

By

Published : Sep 27, 2022, 7:21 AM IST

ରାଇରଙ୍ଗପୁରରେ ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ବନ୍ଧା ହେଲେ ୩ ଯୁବକ

ରାଇରଙ୍ଗପୁରରେ ସକ୍ରିୟ ହେଉଛି ସେକ୍ସ ରାକେଟ । ଟାଉନ ଥାନା ଅଞ୍ଚଳରେ ଚଢାଉ କରି ୩ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ସହରରେ ସକ୍ରିୟ ହେଉଛି ସେକ୍ସ ରାକେଟ । ପୋଲିସକୁ ଚକମା ଦେଇ ବିଭିନ୍ନ ସାହିର ଭଡା ଘରେ ଦେହ ବ୍ୟବସାୟ ଚାଲୁଛି । ଏନେଇ ଅଭିଯୋଗ ହେବା ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଅରବିନ୍ଦ ଲେନ ସ୍ଥିତ ଏକ ଭଡା ଘରେ ଚଢାଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି(Sex racket busted in Rairangpur) । ଚଢାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୨ ଜଣଙ୍କୁ ମହିଳାଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ସହରର ଅରବିନ୍ଦ ଲେନରେ ଥିବା ଏକ ଘର ଭିତରେ ଦେହ ବ୍ୟବସାୟ ଚାଲୁଥିବାର ଅଭିଯୋଗ ହୋଇଥିଲା । ପାଖ ସାହିପଡିଶା ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାରେ ସୂଚନା ଦେଇଥିଲେ । ଖବର ପାଇ ରବିବାର ରାତିରେ ଟାଉନ ଥାନା ପୋଲିସର ଏକ ଟିମ ଅରବିନ୍ଦ ଲେନରେ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ଏହି ଲେନ ନିକଟରେ ଥିବା ବିଜେପି ପାର୍ଟି ଅଫିସ ସମ୍ମୁଖରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଘଟଣା ସାମ୍ନାକୁ ଆସିଥିଲା । ଚଢ଼ାଉବେଳେ ସେକ୍ସ ରାକେଟରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ସୋମବାର ତିନି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲି ପଠାଉଥିଲା ଅଶ୍ଳୀଳ ଫଟୋ, ବାନ୍ଧିଲା ପୋଲିସ

ରାଜଧାନୀ ଭୁବନେଶ୍ଵରଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଛି । ରାଇରଙ୍ଗପୁର ସହରରେ ମଧ୍ୟ ଏହି ରାକେଟ ସକ୍ରିୟ ହେଉଛି । ସହରର ବିଭିନ୍ନ ହୋଟେଲ ଓ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲିଛି । ପାର୍ବଣ ଋତୁ ଚାଲିଥିବା ବେଳେ ପୋଲିସକୁ ଚକମା ଦେବା ନେଇ ଦେହ ବ୍ୟବସାୟୀମାନେ ସହରର ବିଭିନ୍ନ ସାହି ଭିତରେ ଘର ଭଡା ନେଇ କାରବାର ଆରମ୍ଭ କରିଥିବା ଜଣାପଡିଛି ।

ଅନ୍ୟପଟେ ପାର୍ବଣ ଋତୁକୁ ଦୃଷ୍ଟିର ରଖି ପୋଲିସ ହୋଟେଲ ଲଜ୍‌ଗୁଡିକ ଉପରେ କଡା ନଜର ରଖିଛି । ଏପରି ସ୍ଥଳେ ଦେହ ବ୍ୟବସାୟୀମାନେ ପୋଲିସକୁ ଚକମା ଦେବା ନେଇ ବିଜେପି ପାର୍ଟି ଅଫିସ ନିକଟରେ ଭଡା ଘରେ ସେକ୍ସ ରାକେଟ ଚଳାଇବ ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.