୨୪ ପର୍ଯ୍ୟନ୍ତ ପୁଣି ବର୍ଷିବ, ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ

author img

By

Published : Sep 21, 2021, 9:44 PM IST

୨୪ରୁ ପୁଣି ବର୍ଷିବ, ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ

୨୪ରୁ ପୁଣି ଲଘୁଚାପ ବର୍ଷା ପୂର୍ବାନୁମାନ । ସୂଚନା ଦେଇଛି ପାଣିପାଗ ବିଭାଗ । ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ...

ବାରିପଦା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ମଧ୍ୟ କରାଯାଇଛି । ତେବେ ରାଜ୍ୟରେ ଆଗାମୀ ବର୍ଷା ଓ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ।

୨୪ରୁ ପୁଣି ବର୍ଷିବ, ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜସ୍ବ ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ସେହିପରି ଅଗ୍ନିଶମ ବିଭାଗ, ଓଡ୍ରାଫ, ଏନଡ଼ିଆରଏଫ ଟିମ ବନ୍ୟା ମୁକାବିଲା ପାଇଁ ସଦାସର୍ବଦା ପ୍ରସ୍ତୁତ ରହିଛନ୍ତି । ଗତ କିଛିଦିନ ଧରି ରାଜ୍ୟରେ ଦେଖାଯାଇଥିବା ଲଗାଣବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶାରୁ ରାଜ୍ୟବାସୀ ତ୍ରାହି ପାଇ ନଥିବାବେଳେ ପୁଣି ଲଘୁଚାପଜନିତ ବର୍ଷା ଆଶଙ୍କା ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଆରମ୍ଭ କଲାଣି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.