ଶହୀଦ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟିଲେ PCCF, କହିଲେ ବିମଳଙ୍କ ତ୍ୟାଗ ବ୍ୟର୍ଥ ଯିବନି
Published: May 25, 2023, 11:06 PM

ଶହୀଦ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟିଲେ PCCF, କହିଲେ ବିମଳଙ୍କ ତ୍ୟାଗ ବ୍ୟର୍ଥ ଯିବନି
Published: May 25, 2023, 11:06 PM
ଭଞ୍ଜପୁର ସ୍ଥିତ ଶହୀଦ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ PCCF ୱାଇଲ୍ଡ ଲାଇଫ୍ । ଅଧିକ ପଢ଼ନ୍ତୁ
ରାଇରଙ୍ଗପୁର : ମୟୂରଭଞ୍ଜ ପହଞ୍ଚିଲେ PCCF ୱାଇଲ୍ଡ ଲାଇଫ । ମୟୂରଭଞ୍ଜ ଜିଲ୍ଲା ପହଞ୍ଚି ବାରିପଦା ସହରର ଭଞ୍ଜପୁର ସ୍ଥିତ ଶହୀଦ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ । ଗତ ସୋମବାର ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଶହୀଦ ହୋଇଥିଲେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା । ଏହି ଘଟଣାରେ ଶହୀଦ ବିମଳଙ୍କ ପରିବାର ଲୋକଙ୍କୁ PCCF ୱାଇଲ୍ଡ ଲାଇଫ୍ ସୁଶୀଲ କୁମାର ପୋପଲି ଆଜି ଭେଟିଛନ୍ତି ।
ଏହା ବି ପଢ଼ନ୍ତୁ: ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ ! ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା
ଶହୀଦଙ୍କ ପତ୍ନୀ ଲିପିନା ସ୍ବାଇଁଙ୍କୁ ଭେଟି ତାଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ରାଶି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିମଳଙ୍କ ପରିବାର କହିଲେ ବାପା ମାଆ ଓ ତାଙ୍କ ପତ୍ନୀଙ୍କ ସହ ଏକ ୬ ବର୍ଷର ଝିଅ ରହିଛି ।
ଶହୀଦ ବିମଳଙ୍କ ପତ୍ନୀ ଲିପିନା ସ୍ୱାଇଁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଅଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ପତ୍ନୀ ଲିପିନା ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ବୃଦ୍ଧ ବାପା, ମାଆ ଓ ୬ ବର୍ଷର ଝିଅର ସମସ୍ତ ଦାୟିତ୍ଵ ଲିପିନାଙ୍କ ଉପରେ ରହିଛି । ଲିପିନାଙ୍କ ଏକମାତ୍ର ଝିଅର ପାଠପଢ଼ା ପ୍ରତି ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରିବାର ଲୋକେ PCCFଙ୍କୁ ନିବେଦନ କରିଥିଲେ । ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବାକୁ PCCFଙ୍କ ନିକଟରେ ନିବେଦନ କରିଥିଲେ ବିମଲଙ୍କ ପରିବାର।
ଏହା ବି ପଢ଼ନ୍ତୁ: ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣା, ୨ଟି ସ୍ବତନ୍ତ୍ର ଟିମର ସର୍ଚ୍ଚ ଅପରେସନ ଜାରି
PCCF ସୁଶୀଲ କୁମାର କହିଛନ୍ତି,‘‘ସମସ୍ତ ପ୍ରକାର ସରକାରୀ ପ୍ରାପ୍ୟ ସହିତ ଶିମିଳିପାଳ ଫାଉଣ୍ଡେସନ ତରଫରୁ ଏବଂ ଜାତୀୟ ବ୍ଯଘ୍ର ସଂରକ୍ଷଣ ପ୍ରାଧିକରଣ ତରଫରୁ ମଧ୍ୟ ଆର୍ଥିକ ସାହାୟତ ପ୍ରଦାନ କରାଯିବ । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ଶିକାରୀମାନଙ୍କୁ ଗିରଫ କରାଯିବା ସହ ଉପଯୁକ୍ତ ଦଣ୍ଡ ମଧ୍ୟ ଦିଆଯିବା ।’’
ଏହାସହ ବିମଳ ଜେନାଙ୍କ ପରିବାର ଲିପିନାଙ୍କୁ ଜଙ୍ଗଲରେ ଡ୍ୟୁଟି ନଦେଇ ବାରିପଦା ସ୍ଥିତ ଭଞ୍ଜପୁରଠାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଡ୍ୟୁଟି ଦେବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ ନିକଟରେ ଏହି ବଦଳି କରିଥିବାର ସୂଚନା ରହିଛି । ତେବେ ଶହୀଦ ବିମଳଙ୍କ ମୃତ୍ୟୁ ବନବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ତ୍ୟାଗ କେବେ ବ୍ୟର୍ଥ ଯିବନି ବୋଲି କହିଛନ୍ତି ପିସିସିଏଫ ।
ଇଟିଭି ଭାରତ, ରାଇରଙ୍ଗପୁର
