ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ସୀତାରାମ ମୁର୍ମୁ

author img

By

Published : Sep 26, 2021, 6:12 PM IST

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ସୀତାରାମ ମୁର୍ମୁ

ମୁଣ୍ଡଳୀ ହାତୀ ଉଦ୍ଧାର ଘଟଣାରେ ଶହୀଦ ଯବାନ ସୀତାରାମ ମୁର୍ମୁଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଶହୀଦ ସୀତାରାମ ମୁର୍ମୁ । ଆଜି(ରବିବାର) ନିଜର ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମୁକ୍ତାଝରି ଗ୍ରାମଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୀତାରାମଙ୍କୁ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି ।

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ସୀତାରାମ ମୁର୍ମୁ

ଆଜି ସକାଳୁ ସକାଳୁ ପରିବାର ଲୋକେ ଶହୀଦ ସୀତାରାମଙ୍କୁ ପ୍ରଶାସନ ଅସମ୍ମାନ କରିଥିବା ଅଭିଯୋଗ କରିଥିଲେ । ଏଥିଲାଗି ସେମାନେ ମୃତଦେହକୁ ଗ୍ରହଣ କରୁନଥିଲେ । ସୀତାରାମଙ୍କୁ ଶହୀଦ ଘୋଷଣା ସହିତ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବା ପାଇଁ ଦାବି ମଧ୍ୟ କରିଥିଲେ । ତେବେ ଘଟଣାସ୍ଥଳରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ହୃଷିକେଶ ଖିଲାରୀ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସମେତ ଠାକୁରମୁଣ୍ଡା ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଉପସ୍ଥିତ ରହି ପରିବାର ବର୍ଗଙ୍କ ସହିତ ଆଲୋଚନା ପରେ ମୃତଦେହ ଦିନ ୧୨.୪୫ ମିନିଟରେ ପରିବାର ଗ୍ରହଣ କରିଥିଲେ । ଏହାପରେ ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ କର୍ମ କରିବା ସହ ତାଙ୍କ ପୈତୃକ ଘରକୁ ନେଇଥିଲେ ।

ତେବେ ସେଠାରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ତଥା ଆତ୍ମୀୟସ୍ବଜନଙ୍କ ଶେଷ ଦର୍ଶନ ପରେ ଗାଁ ମଶାଣୀକୁ ଏକ ବିରାଟ ପଟୁଆରରେ ଶହୀଦ ସୀତାରାମ ଅମର ରହେ...ଭାରତ ମାତାକି ଜୟ ନାରାରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠୁଥିଲା । ତେବେ ଏପରି ଏକ ଶୋକାକୁଳ ପରିବେଶ ଭିତରେ ଗାଁ ମଶାଣିରେ ଅପରାହ୍ନ ୧ଟାରେ ସୀତାରାମଙ୍କ ପୁଅ ଆଲୋକ ମୁର୍ମୁ ଜୁଇରେ ନିଆଁ ଲଗାଇଥିଲେ । ଏହାପରେ ପଞ୍ଚଭୂତରେ ବିଲୀନ ହୋଇଯାଇଥିଲେ ଶହୀଦ ମୁର୍ମୁ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.