ଖାଇବାକୁ ନ ଦେବାରୁ ପତ୍ନୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

author img

By

Published : Sep 22, 2021, 9:39 PM IST

husband murder his wife for not provide of food in mayrubhanj

ସ୍ତ୍ରୀକୁ ଖାଇବାକୁ ମାଗିଥିଲା ସ୍ବାମୀ । ହେଲେ ସ୍ତ୍ରୀ ଖାଇବାକୁ ଦେବାରେ ବିଳମ୍ବ କରିବାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ...

ବାରିପଦା: ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ସାମାନ୍ୟ ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ଠେଙ୍ଗାରେ ପିଟି ହତ୍ୟା କରିଛି ସ୍ବାମୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ କରପଦା ଗ୍ରାମରେ ।

ଖାଇବାକୁ ନ ଦେବାରୁ ପତ୍ନୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ

ସୂଚନାଅନୁଯାୟୀ କରପଦା ଗ୍ରାମର କାହ୍ନୁ ହାଁସଦା ଗତକାଲି ରାତିରେ କାମ ସାରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସ୍ତ୍ରୀ ଫୁଲ ହାଁସଦାକୁ ଖାଇବାକୁ ମାଗିଥିଲେ । ହେଲେ ଫୁଲ ଖାଇବାକୁ ଦେଇ ନ ଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ସ୍ବାମୀ କାହ୍ନୁ ଏକ ଠେଙ୍ଗାରେ ସ୍ତ୍ରୀକୁ ବାଡେଇ ବାଡେଇ ଗୁରୁତର କରିଥିଲା। ତେବେ ଭୋର ସମୟରେ ଯେତେବେଳେ ଫୁଲକୁ ତାଙ୍କ ସ୍ବାମୀ ଡାକିଥିଲେ ସେ ଉଠି ନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ ।

ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଅନ୍ୟପଟେ କପ୍ତିପଦା ପୋଲିସ୍ ଅଭିଯୁକ୍ତ ଜହ୍ଲାଦ ସ୍ବାମୀ କାହ୍ନୁ ହାଁସଦାକୁ ଗିରଫ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.