ବନ୍ୟା ପାଣିରେ ଫସିଥିଲେ ୪ ଜଣ, ଉଦ୍ଧାର କଲା ପ୍ରଶାସନ

author img

By

Published : Sep 15, 2021, 7:47 PM IST

four man rescue in budhabalanga river over heavy rain in mayurbhanj

ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରେ ବୁଢାବଳଙ୍ଗ ନିର୍ମାଣାଧୀନ ପୋଲ କାର୍ଯ୍ୟରେ ନିୟୋଜିତ ଥିବା ଚାରିଜଣ କର୍ମଚାରୀ ବନ୍ୟା ପାଣିରେ ଫସି ରହିଥଲେ । ଅଗ୍ନିଶମ ବିଭାଗର ଚେଷ୍ଟା ପରେ ଉଦ୍ଧାର କଲା ପ୍ରଶାସନ । ଅଧିକ ପଢନ୍ତୁ...

ବାରିପଦା: ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲା ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି । ତେବେ ବାରିପଦା ବ୍ଲକ ଉରାଚାନ୍ଦାବିଲା-ପ୍ରତାପପୁରକୁ ସଂଯୋଗ ପାଇଁ ବୁଢ଼ାବଳଙ୍ଗ ନଦୀରେ ନିର୍ମାଣାଧୀନ ପୋଲ କାର୍ଯ୍ୟରେ ନିୟୋଜିତ ଥିବା ଚାରିଜଣ କର୍ମଚାରୀ ବନ୍ୟା ପାଣିରେ ଫସିଥଲେ । ସେମାନଙ୍କୁ ପ୍ରଶାସନର ଉଦ୍ଧାର କରାଯାଇଛି ।

ବୁଢ଼ାବଳଙ୍ଗ ନଦୀର ବନ୍ୟା ପାଣିରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ

ବୁଢ଼ାବଳଙ୍କ ନଦୀ ପାଣିରେ ଫସିଥିବା ଚାରିଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଲଘୁଚାପଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ବୁଢ଼ାବଳଙ୍କ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ବାରିପଦା ବ୍ଲକ ଅନ୍ତର୍ଗତ ଉରାଚାନ୍ଦାବିଲା-ପ୍ରତାପପୁରକୁ ସଂଯୋଗ ପାଇଁ ବୁଢ଼ାବଳଙ୍କ ନଦୀରେ ବିଜୁ ସେତୁ ଯୋଜନାରେ ନିର୍ମାଣାଧୀନ ପୋଲ କାର୍ଯ୍ୟରେ ନିୟୋଜିତ ଥିବା ଚାରିଜଣ କର୍ମଚାରୀ ନଦୀ କୂଳରେ ଥିବା ଅସ୍ଥାୟୀ କ୍ୟାମ୍ପରେ ଥିଲେ। ତେବେ ଗତକାଲି ରାତିରେ ବୁଢ଼ାବଳଙ୍ଗ ନଦୀରେ ପାଣି ବଢିବାରୁ ନଦୀ ପାଣିରେ ଫସି ଯାଇଥିଲେ।

ଆଜି ଖବର ପାଇ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି। ଦୀର୍ଘ ୧୨ ଘଣ୍ଟା ପାଣି ଭିତରେ ଫସି ରହିବା ପରେ ଉଭୟ ବାରିପଦା ଓ ବେତନଟୀ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ ବାରିପଦା ତହସିଲଦାର ଓ ବିଡିଓ ଉପସ୍ଥିତ ଥିଲେ। ନଦୀରେ ଫସିଥିବା ଚାରି ଜଣ ହେଉଛନ୍ତି ରଥ ମାର୍ଣ୍ଡି, ମହେଶ୍ବର ସରେନ, ଗୋରା ଟୁଡୁ ଓ ସଦାଶିବ ହାଁସଦା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.