ନାବାଳିକାକୁ ଗଣଦୁଷ୍କର୍ମ ! ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

author img

By

Published : Sep 17, 2021, 9:54 PM IST

ନାବାଳିକା ସହ ଦୁଷ୍କର୍ମ, ୪ଜଣଙ୍କୁ ବାନ୍ଧିଲା ପୋଲିସ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ବହଳଦା ଥାନା ଅଞ୍ଚଳରେ ଜନୈକ ୧୫ ବର୍ଷୀୟା ନାବାଳିକା ସହ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ବହଳଦା ଥାନା ଅଞ୍ଚଳରେ ଜନୈକ ୧୫ ବର୍ଷୀୟା ନାବାଳିକା ସହ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇ ନାବାଳକ ଏଥିରେ ସାମିଲ ରହିଛନ୍ତି । ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ନାବାଳିକାକୁ ଗଣଦୁଷ୍କର୍ମ ! ୪ ଜଣଙ୍କୁ ବାନ୍ଧିଲା ପୋଲିସ

ନାବାଳିକା ଜଣକ ବୁଧବାର ଗତ ୧୫ ତାରିଖ ଦିନ ଅପରାହ୍ନ ପ୍ରାୟ ୫ଟାରେ ନିଜ ବନ୍ଧୁଙ୍କ ସହ କଥା ହେଉଥିଲେ । ସେହି ସମୟରେ ଅନ୍ୟ ତିନିଜଣ ସେଠାରେ ପହଞ୍ଚି ନାବାଳିକା ସହ ଦୁଷ୍କର୍ମ କରିଥିଲେ । ତେବେ ଘଟଣାସ୍ଥଳରେ ଗ୍ରାମବାସୀମାନେ ପହଞ୍ଚିବାରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ଏହାକୁ ନେଇ ନାବାଳିକା ଜଣକ ପରିବାରବର୍ଗଙ୍କୁ ଜଣାଇଥିଲେ ।


ଏନେଇ ଗତ ଗୁରୁବାର ନାବାଳିକାଙ୍କ ପରିବାର ପକ୍ଷରୁ ବହଳଦା ଥାନାରେ ଏତଲା ଦିଆ ଯାଇଥିଲା । ଅଭିଯୋଗ ପାଇବା ପରେ ବହଳଦା ଥାନା ପୋଲିସ୍ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏହାସହ ଦୁଇଜଣ ଯୁବକ ଭାଇରୋ ସୋରେନ୍(୨୬) ଓ ଶ୍ରୀରାମ ହେମ୍ବ୍ରମ(୨୫)ଙ୍କୁ ଗିରଫ କରିଛି ପୋଲିସ ।

ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ବାରିପଦା ସ୍ଥିତ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । ତ ଏଥିରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ବାରିପଦା ସ୍ଥିତ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.