ଝାଡଖଣ୍ଡୀ ଦନ୍ତାର ଉତ୍ପାତରେ ଅତିଷ୍ଠ ମୟୂରଭଞ୍ଜ, ଭାଙ୍ଗିଲା ୮ରୁ ଅଧିକ ଘର

author img

By

Published : Sep 15, 2021, 8:17 AM IST

ଝାରଖଣ୍ଡୀ ଦନ୍ତାର ଉତ୍ପାତ; ଭାଙ୍ଗିଲା ୮ରୁ ଅଧିକ ଘର

ହାତୀ ଆତଙ୍କରେ ଆତଙ୍କିତ ଲୋକେ। ମୟୂରଭଞ୍ଜରେ ଦିନକୁ ଦିନ ବଢୁଛି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ଅଧିକ ପଢନ୍ତୁ...

ବାରିପଦା : ହାତୀ ଆତଙ୍କରେ ଆତଙ୍କିତ ଲୋକେ। ମୟୂରଭଞ୍ଜରେ ଦିନକୁ ଦିନ ବଢୁଛି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ରେଞ୍ଜ ଆହାରି ଗାଁରେ ୮ରୁ ଅଧିକ ଘର ଭାଙ୍ଗିଲେ ଝାଡଖଣ୍ଡୀ ଦନ୍ତା । ଘର ଭାଙ୍ଗିବା ସହ ଘରର ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ କରି ଦେଇଛି ହାତୀ।

ଝାରଖଣ୍ଡୀ ଦନ୍ତାର ଉତ୍ପାତ; ଭାଙ୍ଗିଲା ୮ରୁ ଅଧିକ ଘର

ଗୋଟେ ପଟେ ଲଘୁଚାପଜନିତ ବର୍ଷା ସହ ହାତୀଙ୍କ ଦୌରାତ୍ମାରେ ଅତିଷ୍ଠ ହୋଇଛନ୍ତି ଆହାରି ଗ୍ରାମବାସୀ। ସୂଚନା ଅନୁଯାୟୀ ଗୋଠ ଛୋଡା ଏକ ଦନ୍ତା ଚକୁଣ୍ଡାପଦାରୁ ୧୮ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଆହାରି ଗାଁ ଭିତରେ ପଶିଥିଲେ । ଆଉ ଗାଁରେ ଆରମ୍ଭ କରିଥିଲେ ଉତ୍ପାତ । ତେବେ ଲୋକେ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ହାତୀ ଘଉଡାଇବାରେ ବନବିଭାଗ ବିଫଳ ହୋଇଛି।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.