ଘରୋଇ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍‌, ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ

author img

By

Published : Sep 20, 2021, 10:20 PM IST

ଘରୋଇ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍‌, ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ

ବାରିପଦା ସହରର ଏକ ଘରୋଇ ହୋଟେଲରେ ବାଘଛାଲ ଡିଲ୍‌ ବେଳେ କ୍ରାଇମବ୍ରାଞ୍ଚ ଓ ବନ ବିଭାଗର ମିଳିତ ଚଢ଼ାଉ । ବାଘ ଛାଲ ସହ ଦୁଇଜଣ ଗିରଫ । ଅଧିକ ପଢନ୍ତୁ...

ବାରିପଦା: ସହର ମଝିରେ ଥିବା ଏକ ଘରୋଇ ହୋଟେଲରେ ଚାଲିଥିଲା ବାଘଛାଲ ବ୍ୟବସାୟର ଡିଲ୍ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଓ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା । ବାଘ ଛାଲ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବାରିପଦାର ଦିବ୍ୟାନାମକ ଘରୋଇ ହୋଟେଲର ଏକ ରୁମ୍‌ରେ ବାଘଛାଲ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଚାଲିଥିଲା ଡିଲ୍‌ ।

ଘରୋଇ ହୋଟେଲରେ ଚାଲିଥିଲା ବାଘଛାଲ ଡିଲ୍‌, ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଓ ବନ ବିଭାଗ

ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜଣେ ଇଞ୍ଜିନିୟରିଂ ଛାତ୍ର ରହିଛନ୍ତି । ଗିରଫ ଇଞ୍ଜିନିୟରିଂ ଛାତ୍ର ଜଣକ ବାରିପଦା ରେଞ୍ଜ ଅନ୍ତର୍ଗତ ଖାନୁଆ ଅଞ୍ଚଳର ବିକାଶ ବିନୟ ସିଂହ ବୋଲି ଜଣାପଡ଼ିଛି । ଗିରଫ ଯୁବକଙ୍କ ସୂଚନା ଆଧାରରେ ଅନ୍ୟ ଜଣେ ସହଯୋଗୀକୁ ଘରୁ ଉଠାଇ ଆଣିଛି ବନ ବିଭାଗ ।

ସହଯୋଗୀ ଜଣକ ପଳାସବଣି ଅଞ୍ଚଳର ବିକାଶ ଚନ୍ଦ୍ର ବେଣ୍ଟକା ବୋଲି ବନ ବିଭାଗ ସୂଚନା ଦେଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା କଥା କହିିଛି ବନ ବିଭାଗ । ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବା ନେଇ ବାରିପଦା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।


ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.