ମୟୂରଭଞ୍ଜରେ ଲଗାଣବର୍ଷା, କାନ୍ଥ ଭୁଶୁଡି ମହିଳା ମୃତ

author img

By

Published : Sep 21, 2021, 8:03 PM IST

ମୟୁରଭଞ୍ଜରେ ଲଗାଣବର୍ଷା, କାନ୍ଥ ଭୁଶୁଡି ମହିଳା ମୃତ

ଲଗାଣବର୍ଷାରେ ପୁଣି ଅଘଟଣ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ କାନ୍ଥ ଭୁଶୁଡି ମହିଳା ମୃତ । ଅଧିକ ପଢନ୍ତୁ...

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ପଳାଶମୁଣ୍ଡଳୀ ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ସେହି ଗ୍ରାମର ଅଖିଳ ବେହେରାଙ୍କ ଝିଅ କାଞ୍ଚନୀ ବେହେରା ବୋଲି ଜଣାପଡିଛି । କାଞ୍ଚନୀ ଘରେ ଶୋଇଥିବାବେଳେ ବର୍ଷାରେ ଭିଜି ଦୁର୍ବଳ ଅବସ୍ଥାରେ ଥିବା କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିବାରୁ ସେ କାନ୍ଥ ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୟୁରଭଞ୍ଜରେ ଲଗାଣବର୍ଷା, କାନ୍ଥ ଭୁଶୁଡି ମହିଳା ମୃତ

ପରିବାର ଲୋକେ ଏନେଇ ମୋରଡ଼ା ଥାନାକୁ ଜଣାଇବା ପରେ ତାଙ୍କୁ ବାରିପଦା ପିଆର ଏମ ମେଡିକାଲ କଲେଜକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏନେଇ ମୋରଡ଼ା ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳରେ ରହିଛନ୍ତି ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ତାଙ୍କୁ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା ରହିଛି, ତାଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, କାଞ୍ଚନୀଙ୍କ ପାରିବାରିକ ସମସ୍ୟା ଯୋଗୁ ଦୀର୍ଘ ଦିନ ହେବ ନିଜ ବାପଘରେ ତଥା ପଳାଶମୁଣ୍ଡୁଳୀ ଗ୍ରାମରେ ରହି ଆସୁଥିଲେ । ତାଙ୍କର ଦୁଇ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଆଜି ସକାଳରୁ ମୋରଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘ ୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ମୂଷଳଧାରାରେ ବର୍ଷା ହୋଇଥିଲା। ତେବେ ଲଗାଣବର୍ଷା ଫଳରେ କଚ୍ଚା ଘରେ ରହୁଥିବା ପରିବାରମାନେ ଆତଙ୍କିତ ହୋଇପଡିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.