କୁଳ ଲଙ୍ଘିଲା ଗଙ୍ଗାହାର ନଦୀ: ବୈଶିଙ୍ଗା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Sep 15, 2021, 7:25 PM IST

କୁଳ ଲଙ୍ଘିଲା ଗଙ୍ଗାହାର ନଦୀ: ବୈଶିଙ୍ଗା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ

ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର। ଗଙ୍ଗାହାର ନଦୀରେ ବନ୍ୟା ଯୋଗୁଁ ବୈଶିଙ୍ଗା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ। ଅଧିକ ପଢନ୍ତୁ...

ବାରିପଦା: ଲଗାଣ ବର୍ଷାରେ ବେହାଲ ଜନଜୀବନ। ଲଘୁଚାପ ଜନିତ ବର୍ଷାରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଗଙ୍ଗାହାର ନଦୀରେ ବନ୍ୟା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଏମଡିଆର ୭୦ ରାସ୍ତା ତଥା ବୈଶିଙ୍ଗା-ଉଦଳା ରାସ୍ତା ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

କୁଳ ଲଙ୍ଘିଲା ଗଙ୍ଗାହାର ନଦୀ: ବୈଶିଙ୍ଗା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ

ବୈଶିଙ୍ଗା-ଉଦଳା ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଅନ୍ୟ ପକ୍ଷରେ ବେତନଟୀ ଓ ବଡ଼ସାହି ବ୍ଲକରେ ଉଭୟ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଜଳବନ୍ଦୀ ହୋଇଛି। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବାରିପଦା ମଧୁବନ ଅଞ୍ଚଳରେ ରହୁଥିବା ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.