ଅମରଦା ଏୟାରଷ୍ଟ୍ରିପରୁ ଉଡିବ ବିମାନ, କେନ୍ଦ୍ରମନ୍ତ୍ରୀଙ୍କ ସହ 4ଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ଅନୁଧ୍ୟାନ

author img

By

Published : Sep 16, 2021, 8:03 PM IST

ଅମରଦା ଏୟାରଷ୍ଟ୍ରିପରୁ ଉଡିବ ବିମାନ, କେନ୍ଦ୍ରମନ୍ତ୍ରୀଙ୍କ ସହ ଚାରିଜାଣିଆ କେନ୍ଦ୍ରୀୟ ଟିମର ସ୍ଥିତି ଅନୁଧ୍ୟାନ

ଅବହେଳିତ ଅମରଦା ଏୟାରଷ୍ଟ୍ରିପରୁ ଉଡିବ ବିମାନ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁଙ୍କ ସହ କେନ୍ଦ୍ର ବିମାନ ଚଳାଚଳ ବିଭାଗର ଚାରିଜାଣିଆ ପ୍ରତିନିଧି ଦଳ ରାସଗୋବିନ୍ଦପୁର ଅମରଦା ଏୟାରଷ୍ଟ୍ରିପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ବାରିପଦା: ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଅମରଦା ଏୟାରଷ୍ଟ୍ରିପରୁ ବିମାନ ଚଳାଚଳ ନେଇ ଆଶା ଉଜ୍ଜୀବିତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକରେ ଥିବା ବ୍ରିଟିଶ ଅମଳର ଅମରଦା ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ସାମିଲ କରାଯାଇ ବିମାନ ଚଳାଚଳ ପାଇଁ ଆଜି(ଗୁରୁବାର) କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ଵର ଟୁଡୁଙ୍କ ସହ କେନ୍ଦ୍ର ବିମାନ ଚଳାଚଳ ବିଭାଗର ଚାରିଜଣିଆ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅମରଦା ଏୟାରଷ୍ଟ୍ରିପରୁ ଉଡିବ ବିମାନ, କେନ୍ଦ୍ରମନ୍ତ୍ରୀଙ୍କ ସହ ଚାରିଜଣିଆ କେନ୍ଦ୍ରୀୟ ଟିମର ସ୍ଥିତି ଅନୁଧ୍ୟାନ

ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଇଂ ବିଶ୍ଵେଶ୍ଵର ଟୁଡୁଙ୍କ ସହ ଭୁବନେଶ୍ୱର ବିମାନ ବନ୍ଦରର ସିଭିଲ ଜଏଣ୍ଟ ଜେନେରାଲ ମ୍ୟାନେଜର ଗୌତମ ରାୟ, ଦିଲ୍ଲୀ କୋରପୋରେଟର ହେଡ କ୍ୱାର୍ଟର ଅଧିକାରୀ ସଞ୍ଜୟ କର, ଏଜିଏମ, ସିଏନଏସ ମହମ୍ମଦ ନାସିରଙ୍କ ସହ କେନ୍ଦ୍ର ଯୋଜନା ବିଭାଗର ଆର୍କିଟେଚର ସୁନୀଲ କୁମାର ସିଂ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତେବେ ରାସଗୋବିନ୍ଦପୁର ଅମରଦା ଏୟାରଷ୍ଟ୍ରିପର ସ୍ଥିତି, ଜମି ଅଧିଗ୍ରହଣ ଆଦି ରାସଗୋବିନ୍ଦପୁର ତହସିଲଦାର ଏବଂ ମୋରଡ଼ା ତହସିଲଦାରଙ୍କ ଉପସ୍ଥିତିରେ ଅନୁଧ୍ୟାନ କରିବା ସହ ଏନେଇ ଏକ ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ଚାରିଜାଣିଆ ଟିମ ଏକ ସପ୍ତାହ ମଧ୍ୟରେ ପ୍ରଦାନ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଉଡାନ ଯୋଜନାରେ ସାମିଲ କରି ଏହି ଏୟାରଷ୍ଟ୍ରିପରୁ ଖୁବଶୀଘ୍ର ବିମାନ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.