ଫେକ ବିଦ୍ୟୁତ ବିଲ ଆଦାୟ କରି ବନ୍ଧାହେଲେ ଯୁବକ

author img

By

Published : Sep 14, 2021, 7:28 AM IST

ଫେକ ବିଦ୍ୟୁତ ବିଲ ଆଦାୟ କରି ବନ୍ଧାହେଲେ ହେଲେ ଯୁବକ

ଫେକ୍ ବିଦ୍ୟୁତ ବିଲ୍ କରି ଟଙ୍କା ଲୁଟ୍ କରିବା ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବିଦ୍ୟୁତ ଉପଭୋକ୍ତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ନବକୁ ଗିରଫ କରିଛି ଚିତ୍ରକୋଣ୍ଡା ପୋଲିସ । ଅଧିକ ପଢନ୍ତୁ...

ମାଲକାନଗିରି: ଫେକ୍ ବିଦ୍ୟୁତ ବିଲ୍ କରି ଟଙ୍କା ଲୁଟ୍ କରିବା ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ୟୁଟ୍ୟୁବରୁ ଶିଖି ଫେକ ବିଦ୍ୟୁତ ବିଲ ତିଆରି କରୁଥିଲେ ଏହି ଯୁବକ ଜଣକ । ଏପରି କରି ଦୀର୍ଘ ଦିନ ଧରି ଠକି ଆସୁଥିଲେ ନିରୀହ ଗରିବ ଆଦିବାସୀ ଲୋକମାନଙ୍କୁ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରେ । ଓରକେଲ ଥାନା ଅନ୍ତର୍ଗତ ଏମଭି-୩୦ ଗାଁର ନବ କିଶୋର ବିଶ୍ବାସ ଟାଟା କମ୍ପାନୀ ବିଲିଂ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲିଂ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ ।

ଫେକ ବିଦ୍ୟୁତ ବିଲ ଆଦାୟ କରି ବନ୍ଧାହେଲେ ଯୁବକ

କିନ୍ତୁ କିଛି ମାସ ପୂର୍ବେ ସେ ୟୁଟ୍ୟୁବରୁ କିପରି ଫେକ ବିଦ୍ୟୁତ ବିଲ ତିଆରି କରାଯାଇ ବଣ୍ଟା ଯାଇ ପାରିବ ତାହା ଶିକ୍ଷା ଗ୍ରହଣ କରିଥିଲେ । ସେହି କୌଶଳକୁ ଆପଣାଇ ସେ ଫେକ ବିଦ୍ୟୁତ ବିଲ ତିଆରି କରିବାରେ ସକ୍ଷମ ହୋଇଥିଲେ । ତେବେ କାର୍ଯ୍ୟରତ ନବ କିଶୋର କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତ ଏବଂ ଚିତାପାରି-୩ ପଞ୍ଚାୟତର କିଛି ଗ୍ରାମ ରହିଥିବା ବେଳେ ସେ ଆଜକୁ ଦୀର୍ଘ ୩ ମାସ ଧରି ଗ୍ରାହକଙ୍କ ଠାରୁ ଏଭଳି ଲୁଟୁଥିବା ଘଟଣା ପଦାକୁ ଆସିଛି ।

ଫେକ ବିଦ୍ୟୁତ ବିଲ ଆଦାୟ କରି ବନ୍ଧାହେଲେ ହେଲେ ଯୁବକ
ଫେକ ବିଦ୍ୟୁତ ବିଲ ଆଦାୟ କରି ବନ୍ଧାହେଲେ ହେଲେ ଯୁବକ

ଦୀର୍ଘ ଦିନ ଧରି ବିଦ୍ୟୁତ ଗ୍ରାହକ ମାନେ କାର୍ଯ୍ୟାଳୟରେ ବିଦ୍ୟୁତ ବିଲ ପୈଠ ନ କରିବାରୁ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟକୁ ବିଦ୍ୟୁତ ବିଲ ବକେୟା ରହିଥିବା ନେଇ ନୋଟିସ ଜାରି ହୋଇଥିଲା । ପରେ ଏନେଇ ସ୍ଥନୀୟ ଗ୍ରାମବାସୀ ମାନେ ସାଇ କମ୍ପ୍ୟୁଟର କମ୍ପାନୀର ସୁପରଭାଇଜର ପ୍ରଭାତ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ପରେ କମ୍ପାନୀର ସୁପରଭାଇଜର ଓରକେଲ ଥାନାରେ ଉକ୍ତ ଯୁବକଙ୍କ ବିରୁଦ୍ଧରେ ଆଭିଯୋଗ କରିଥିଲେ । ସେପଟେ ଅଭିଯୋଗକୁ ଆଧାର କରି ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ବରେ ଓରକେଲ ପୋଲିସ ଅଭିଯୁକ୍ତ ନବକୁ ଗିରଫ କରିବା ସହ ଏକ ବିଲିଂ ମେସିନ, ୨ ଗୋଟି ମୋବାଇଲ ଏବଂ ୪୦ ହଜାର ନଗଦ ଟଙ୍କା ଜବତ କରିଥିବା ନେଇ ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.