ଭାଲୁ ପାଇଁ ଲାଗିଥିଲା ବିଦ୍ୟୁତ୍‌ ତାର ଜାଲ, ଚାଲିଗଲା ମହିଳାଙ୍କ ଜୀବନ

author img

By

Published : Sep 28, 2021, 9:34 PM IST

ଭାଲୁ ପାଇଁ ଲାଗିଥିଲା ବିତ୍ୟୁତ୍‌ ତାର ଜାଲ, ଚାଲିଗଲା ମହିଳାଙ୍କ ଜୀବନ

ଭାଲକୁ ଧରିବା ପାଇଁ ଲଗା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଚାଲିଗଲା ମହିଳାଙ୍କ ଜୀବନ । ମାଲକାନଗିରି MV- 17 ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଅଧିକ ପଢ଼ନ୍ତୁ...

ମାଲକାନଗିରି: ଭାଲୁକୁ ଧରିବା ପାଇଁ ଲଗା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଚାଲିଗଲା ମହିଳାଙ୍କ ଜୀବନ । ମାଲକାନଗିରି MV- 17 ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁ ଭିତରକୁ ଏକ ଭାଲୁ ବାରମ୍ବାର ପଶି ଏକ ମିକ୍ସଚର ଫ୍ୟାକ୍ଟ୍ରିର କିଛି ସାମଗ୍ରୀ ସହ ଚାଷଜମି ନଷ୍ଟ କରୁଥିଲା । ଏହି ଜଙ୍ଗଲୀ ଜନ୍ତୁ ଭୟରେ ଗାଁଲୋକେ ଭୟରେ ଜୀବନ ବିତାଉଥିଲେ । ଏ ସମ୍ପର୍କରେ ବନ ବିଭାଗକୁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା ।

ଭାଲୁ ପାଇଁ ଲାଗିଥିଲା ବିତ୍ୟୁତ୍‌ ତାର ଜାଲ, ଚାଲିଗଲା ମହିଳାଙ୍କ ଜୀବନ

ଶେଷରେ ବାଧ୍ୟ ହୋଇ ଏହି କ୍ଷୟକ୍ଷତିରୁ ବଞ୍ଚିବା ପାଇଁ ମିକ୍ସଚର ଫ୍ୟାକ୍ଟ୍ରିର ମାଲିକ ରାତିରେ ନିଜ ଘର ଚାରି ପାଖରେ ଏକ ବିଦ୍ୟୁତ୍‌ ତାର ଜାଲ ବିଛାଇଥିଲେ । ଏହି ବିଦ୍ୟୁତ୍‌ ତାର ଜାଲ ସଂସ୍ପର୍ଶରେ ଆସି ପଲକୋଣ୍ଡା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏହି ତାରରେ ମହିଳାଙ୍କ ସ୍ବାମୀମଧ୍ୟ ଲାଗି ଗୁରୁତର ଆହତ ହୋଇଛନ୍ତି । ଏହି ଦମ୍ପତି ପ୍ରତିଦନ ମିକ୍ସଚର ଫ୍ୟାକ୍ଟ୍ରିକୁ କାଠ ଯୋଗାଉଥିଲେ । ତେବେ ଆଜି(ମଙ୍ଗଳବାର) କାଠ ଦେବାକୁ ଆସିଥିବା ବେଳେ ଦୁହେଁ ବିଦ୍ୟୁତ ତାରଜାଲ ସଂସ୍ପର୍ଶରେ ଆସିଥିଲେ ।

ଘଟଣାସ୍ଥଳରେ ମାଲକାନଗିରି ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମିକ୍ସଚର ଫ୍ୟାକ୍ଟ୍ରିର ମାଲିକଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ପୋଲିସ ।


ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.