ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

author img

By

Published : Dec 6, 2022, 8:17 PM IST

ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଗୋରାଖପାଲ୍ଲିରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମାଲକାନଗିରି: ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଗୋରାଖପାଲ୍ଲିରେ । ଉକ୍ତ ଗ୍ରାମର ଗାଙ୍ଗି ପାଇଦ ନାମକ ଜଣେ ମହିଳା ଗତକାଲି ସନ୍ଧ୍ୟା ସମୟରେ ଗାଁ ନିକଟରେ ଥିବା ଜଙ୍ଗଲକୁ ଶୌଚ ପାଇଁ ଯାଇଥବା ସମୟରେ ନିକଟରେ ଥିବା ମହମାଛି ମହିଳାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଯାହା ଫଳରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ ।

ଏନେଇ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ ନିକଟସ୍ଥ ପଡିଆ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.