ମାଲକାନଗିରିରେ ଭୋଟର ସଚେତନତା ରଥର ଶୁଭାରମ୍ଭ

author img

By

Published : Nov 28, 2022, 5:46 PM IST

Updated : Nov 29, 2022, 10:31 AM IST

ମାଲକାନଗିରିରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଚିବ ସୁଜାତା ସାହୁଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

ମାଲକାନଗିରି : ମାଲକାନଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଭୋଟର ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଚିବ ସୁଜାତା ସାହୁଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା । ସଚିବ ସୁଜାତା ସାହୁ ଭୋଟର ସଚେତନତା ରଥକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ମାଲକାନଗିରିରେ ଭୋଟର ସଚେତନତା ରଥର ଶୁଭାରମ୍ଭ

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଣ୍ଡୁ ଉପସ୍ଥିତ ରହିବା ସହିତ ସମସ୍ତ ବ୍ଲକର ବିଡିଓ ଏବଂ ପୌରନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ, ପଞ୍ଚାୟତ ଏବଂ ପ୍ରତ୍ୟେକ ଗ୍ରାମରେ ପହଞ୍ଚି ସାଧାରଣ ଲୋକଙ୍କୁ ସଚେତନ କରାଇବ, ନାମ ପଞ୍ଜିକରଣ, ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିବା ଭଳି ବିଭିନ୍ନ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବ ।

ବିଶେଷ କରି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୦୩ ଅନୁସାରେ ୧୬ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଯୁବବର୍ଗ ଆଜି ଠାରୁ ଅଗ୍ରୀମ ଭାବରେ ଅନଲାଇନରେ କିମ୍ବା ବୁଥସ୍ତରୀୟ ଅଧିକାରୀଙ୍କ ସହାୟତାରେ ନିଜକୁ ଜଣେ ଭୋଟର ଭାବେ ପଞ୍ଜିକୃତ କରିବା ପାଇଁ ଆବେଦନ କରିପାରିବେ । ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଚିବ ସୁଜାତା ସାହୁ କହିଛନ୍ତି, ''ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭୋଟରଙ୍କୁ ସଚେତନ କରାଇବା । ବର୍ତ୍ତମାନ ଏକ ସ୍ପେଶାଲ ସମରି ରିଭିଜନ ଆରମ୍ଭ ହୋଇଯାଇଛି । ଏ ବର୍ଷ ଏକ ନୂତନ ପଦ୍ଧତି କରାଯାଇଛି । ଯେଉଁମାନଙ୍କୁ ୧.୧.୨୦୨୩ରେ ୧୮ ବର୍ଷ ହେଉଥିବ ସେମାନଙ୍କ ନାମ ପଞ୍ଜିକରଣ ହେବ । ଏହାସହ ଯେଉଁମାନଙ୍କ ବୟସ ୧୭ ପ୍ଲସ ବର୍ଷ ହେଉଥିବ ସେମାନେ ମଧ୍ୟ ଅନଲାଇନ ମାଧ୍ୟମରେ କିମ୍ବା ବୁଥଲେବୁଲ ଅଧିକାରୀଙ୍କ ପାଖରେ ଆଗୁଆ ଫର୍ମ ଦାଖଲ କରିପାରିବେ ।

ଯାହାଦ୍ବାରା କି ଯେଉଁଦିନ ସେମାନଙ୍କର ୧୮ ବର୍ଷ ପୂରଣ ହେବ ଯଥା ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ସୁଦ୍ଧା ସେମାନଙ୍କ ନାମ ବି ପଞ୍ଜିକରଣ ହୋଇପାରିବ । ଏନେଇ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସଚେତନ କରାଯାଉଛି କି ସମସ୍ତେ ଭୋଟର ଲିଷ୍ଟରେ ନାମ ପଞ୍ଜିକରଣ କରନ୍ତୁ । ଏହାସହ ସମସ୍ତ ଆଧାରକାର୍ଡ ନମ୍ବର ଭୋଟରକାର୍ଡ ସହ ସଂଯୋଗ କରାନ୍ତୁ । ଯାହାଦ୍ବରା କି ଜଣେ ଭୋଟର ନିଶ୍ଚିନ୍ତ ଭାବେ ତା ମତଦାନ କରିପାରିବ । ଏଥିରେ ବିଶେଷ କରି କେଉଁଠି ଓ କେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ହେବ ସେନେଇ ସ୍ଥାନୀୟ ଲେବୁଲ ଅଫିସର ଭୋଟରମାନଙ୍କୁ ସହଯୋଗ କରିବେ । ଏହାସହ ବିଶେଷ କରି ଆଧାର କାର୍ଡ ଓ ଭୋଟରକାର୍ଡ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଏହାଦ୍ବାରା ଲୋକଙ୍କ ନାଁ, ଠିକଣା କିମ୍ବା ଅନ୍ୟ କିଛି ଭୁଲ ସଂଶୋଧନ କରାଯାଇପାରିବ ।''

ଇଟିଭି ଭାରତ, ମାଲକାନଗିରି

Last Updated :Nov 29, 2022, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.