ପଞ୍ଚାୟତରାଜ ବିଭାଗରେ ବହୁ ପଦବୀ ଖାଲି, ମନ୍ଥର ଗତିରେ ଚାଲିଛି ଉନ୍ନୟନ କାମ

author img

By

Published : Sep 9, 2021, 8:28 PM IST

Updated : Sep 9, 2021, 10:55 PM IST

ପଞ୍ଚାୟତରାଜ ବିଭାଗରେ ବହୁ ପଦବି ଖାଲି, ମନ୍ଥର ଗତିରେ ଚଲିଛି ଉନ୍ନୟନ କାମ

ପାହାଡ ପର୍ବତ ଘେରା ମାଓ ପ୍ରବଣ କୁହାଯାଉଥିବା ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାର 7ଟି ବ୍ଲକରେ 111ଟି ପଞ୍ଚାୟତ ରହିଛି । ଏହି ୭ଟି ବ୍ଲକର ଉନ୍ନୟନମୂଳକ କାମର ଦାୟିତ୍ବ ରହିଥାଏ DRDA କାର୍ଯ୍ୟାଳୟର । ହେଲେ କଚ୍ଛପ ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ । ଅଧିକ ପଢନ୍ତୁ...

ମାଲକାନଗିରି: ପାହାଡ ପର୍ବତ ଘେରା ମାଓ ପ୍ରବଣ କୁହାଯାଉଥିବା ମାଲକାନଗିରି ଜିଲ୍ଲା । ଏହି ଜିଲ୍ଲାର 7ଟି ବ୍ଲକରେ 111ଟି ପଞ୍ଚାୟତ ରହିଛି । ଏହି ୭ଟି ବ୍ଲକର ଉନ୍ନୟନମୂଳକ କାମର ଦାୟିତ୍ବ ରହିଥାଏ DRDA କାର୍ଯ୍ୟାଳୟର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି କିନ୍ତୁ, ଲୋକଙ୍କ ପାଖରେ ଏହିସବୁ ଯୋଜନାମାନ ପହଞ୍ଚିବା ବିଳମ୍ବ ହେବା ସହ ଜିଲ୍ଲାରେ ଉନ୍ନୟନ ମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ।

ପଞ୍ଚାୟତରାଜ ବିଭାଗରେ ବହୁ ପଦବୀ ଖାଲି, ମନ୍ଥର ଗତିରେ ଚାଲିଛି ଉନ୍ନୟନ କାମ

ପୂର୍ବରୁ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ଜଳଭଣ୍ଡାର ଭିତରେ ରହୁଥିବା 151ଟି ଗାଁକୁ ଉନ୍ନତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ତିନି ବର୍ଷ ପୂର୍ବେ ଗୁରୁପ୍ରିୟା ସେତୁ ଉଦଘାଟନ କରି ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ରୂପେ ଘୋଷଣା କରିଥିଲେ ଏବଂ ସେତୁ ଯୋଜନାରେ ଏ ଅଞ୍ଚଳର ଉନ୍ନତି ପାଇଁ ସହ ସହ କୋଟି ଟଙ୍କାର ଅନୁମୋଦନ ବି କରିଛନ୍ତି କିନ୍ତୁ, ଉନ୍ନୟନ ମୂଳକ କାର୍ଯ୍ୟ ହେବାରେ ବହୁ ବିଳମ୍ବ ହେଉଛି । ଏଭଳି ମନ୍ଥର ଗତିରେ କାମ ଖାଲି ସ୍ବାଭିମାନ ଅଞ୍ଚଳରେ ନୁହେଁ ସମ୍ପୂର୍ଣ୍ଣ ଜିଲ୍ଲାରେ ଏପରି ଅବସ୍ଥା । ଏଣୁ ଜିଲ୍ଲାରେ ଉପଯୁକ୍ତ ଭିତ୍ତିଭୂମି ଥିଲେ ମଧ୍ଯ ପଞ୍ଚାୟତରାଜ ବିଭାଗରେ ବହୁ ସରକାରୀ ପଦବି ଖାଲି ରହିଥିବା ହେତୁ ହିତାଧିକାରୀଙ୍କ ପାଖରେ ବହୁ ଯୋଜନାମାନ ଏବଂ ଅଞ୍ଚଳର ଉନ୍ନୟନ କାମ ପହଞ୍ଚିବାରେ ବିଳମ୍ବ ହେଉଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।

ଜିଲ୍ଲାରେ 111ଟି ପଞ୍ଚାୟତ ଥିବାବେଳେ 86 ଜଣ PEO ରହିଥିବା ଜଣାପଡିଛି । ପଞ୍ଚାୟତ ଗୁଡିକରେ ଭତ୍ତା ବଣ୍ଟନ, ଚାଉଳ ବଣ୍ଟନ, ଗ୍ରାମିଣ ଆବାସ ଯୋଜନା, MGNREGA ଯୋଜନା, ଗ୍ରାମ ସଭା, ପଲ୍ଲିସଭା ଭଳି ସମୁଦାୟ 27ଟି ବିଭାଗର କାମ ଚାଲିଥିବା ବେଳେ ପଞ୍ଚାୟତ ଗୁଡିକରେ PEOଙ୍କ ସଂଖ୍ୟ କମ । ଫଳରେ ଜଣେ ଜଣେ PEO 2ରୁ 3ଟି ପଞ୍ଚାୟତ ଦାୟିତ୍ବରେ ରହିଛନ୍ତି । ସେହିଭଳି ଜିଲ୍ଲାରେ 9 ଜଣ ସହକାରୀ ଯନ୍ତ୍ରୀ ଦରକାର ଥିବାବଳେ ଅଛନ୍ତି ମାତ୍ର 3 ଜଣ, ଖାଲିପଡିଛି 6 ପଦବୀ, କନିଷ୍ଠ ଯନ୍ତ୍ରୀ 38 ଜଣ ରହିବା ଜାଗାରେ ଅଛନ୍ତି 15 ଜଣ, ଖାଲି ପଡିଛି 23 ପଦବୀ ।

ସେହିଭଳି ଗ୍ରାମପଞ୍ଚାୟତ ଟେକ୍ନିକାଲ ପଦବୀରେ ଅଣଚାଶ(49) ଜଣଙ୍କ ସ୍ଥାନରେ ଅଛନ୍ତି 13ଜଣ ଖାଲି ରହିଛି ଛତିଶି(36) ଟି ପଦବୀ, ସେହିଭଳି GPO 7ରୁ 3 ଜଣ ଅଛନ୍ତି 4ଟି ପଦବୀ ଖାଲି ରହିଛି । ଏଭଳି ଜାଗାରେ କିଭଳି ଉନ୍ନୟନ ମୂଳକ କାମ ହେବ ସାଧାରଣରେ ପ୍ରଶ୍ନ ଉଠୁଛି । ଏଥିନେଇ PD DRDA ବାଳମୁକୁନ୍ଦ ଭୁୟାଁଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି, ସରକାରଙ୍କୁ ଏ ବିଷୟରେ ଜଣାଯାଇଛି, ସରକାର ଯଦି ଏହି ପଦବୀ ଗୁଡିକୁ ପୂରଣ କରିବେ ତାହେଲେ ଜିଲ୍ଲାରେ ଉନ୍ନୟନମୂଳକ କାମ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Sep 9, 2021, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.