ସୀମାନ୍ତ ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୨ ମାଓ କମାଣ୍ଡର ମୃତ

author img

By

Published : Aug 24, 2021, 6:26 PM IST

ସୀମାନ୍ତ ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୨ ମାଓ କମାଣ୍ଡର ମୃତ

ସୁକମା କହ୍ନେୟାଗୁଡା ଜଙ୍ଗଲରେ ଏନକାଉଣ୍ଟର । ଦୁଇ ମାଓବାଦୀ ମୃତ ନେଇ ସୂଚନା । ଅଧିକ ପଢନ୍ତୁ...

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । କହ୍ନେୟାଗୁଡା ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ମୃତ ।

ସୀମାନ୍ତ ଛତିଶଗଡ ସୁକମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୨ ମାଓ କମାଣ୍ଡର ମୃତ

ମୃତକ ମାଓବାଦୀ LES କୋମାଣ୍ଡର କବାସି ଉଙ୍ଗା ନାଁରେ 9ଟି ବଡ ମାଓ ଆକ୍ରମଣ ମାମଲା ରୁଜୁ ଥିବାବେଳେ ଛତିଶଗଡ ସରକାରଙ୍କ ପକ୍ଷରୁ ତା ମୁଣ୍ଡ ଉପରେ ପାଞ୍ଚ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା । ସେହିପରି ଅନ୍ୟ ଜଣେ ମିଲିସିଆ ମାଓ କମାଣ୍ଡର ସ୍ବୟମ କବାସି ନାଁରେ ରହିଥିଲା 5ଟି ମାମଲା । ସ୍ବୟମ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲେ ଛତିଶଗଡ ସରକାର ।

ସର୍ଚ୍ଚ ଅପରେସନ୍ ବେଳେ ଦୁଇଟି ବନ୍ଧୁକ ସହ ଗୋଟିଏ ପିସ୍ତଲ ଏବଂ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀ ମୃତାହତ ନେଇ CRPF ଏବଂ DRG ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିବା ସୁକୁମା ଏସପି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.