ମାଲକାନଗିରି: ବିଭିନ୍ନ ବ୍ଲକରେ ୮ ମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ବଣ୍ଟନ

author img

By

Published : Aug 21, 2021, 9:22 PM IST

ବିଭିନ୍ନ ବ୍ଲକରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ମାନେ

ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ 8 ଜଣ ମନ୍ତ୍ରୀ ଓ ତାଙ୍କ ଟିମ ଏହି ଡିଜିଟାଲ କାର୍ଡ଼ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରି: ଗତକାଲି(ଶୁକ୍ରବାର) ମାଲକାନଗିରିରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଥିବାବେଳେ ଆଜି ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ 8 ଜଣ ମନ୍ତ୍ରୀ ଓ ତାଙ୍କ ଟିମ ଏହି ଡିଜିଟାଲ କାର୍ଡ଼ ବଣ୍ଟନ କରିଛନ୍ତି ।

ବିଭିନ୍ନ ବ୍ଲକରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମନ୍ତ୍ରୀ ମାନେ

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପଡିଆ ବ୍ଲକର ଦୁଇଟି ଜାଗାରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଥିବାବେଳେ ମନ୍ତ୍ରୀ ବିକ୍ରମ ଆରୁଖ ଖଇରପୁଟ ବ୍ଲକ, ମନ୍ତ୍ରୀ ଅରୁଣ ସାହୁ ମାଥିଲୀ ବ୍ଲକ, ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରିର ବ୍ଲକ, ମନ୍ତ୍ରୀ ଜଗନ୍ନାଥ ସାରକା କାଲିମେଳା ବ୍ଲକ ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି । ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ମନ୍ତ୍ରୀ ଓ ତାଙ୍କ ଟିମ ବଣ୍ଟନ କରିବେ। ଜିଲ୍ଲାରେ ମୋଟ ଏକ ଲକ୍ଷ 58 ହଜାର ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.