ଗଣଶିକ୍ଷାମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

author img

By

Published : Aug 22, 2021, 12:52 PM IST

Updated : Aug 22, 2021, 1:08 PM IST

ଗଣଶିକ୍ଷାମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ମାଲକାନଗିରି ଗସ୍ତରେ ଆସିଥିବା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଏମଭି ୭ ସ୍ଥିତ ଜଗନ୍ନାଥ ପାଲି ହାଇସ୍କୁଲର ଛାତ୍ରୀ ମାନେ । ଅଧିକ ପଢନ୍ତୁ...

ମାଲକାନଗିରି: ଆଜି ରାକ୍ଷୀ ପୂର୍ଣିମା । ଏହି ଅବସରରେ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ । ମାଲକାନଗିରି ଗସ୍ତରେ ଆସିଥିବା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଏମଭି ୭ ସ୍ଥିତ ଜଗନ୍ନାଥ ପାଲି ହାଇସ୍କୁଲର ଛାତ୍ରୀ ମାନେ । ଆଜି ସକାଳ ୭ଟା ସମୟରେ ମନ୍ତ୍ରୀ ସ୍କୁଲକୁ ଯାଇଥିବା ବେଳେ ତାଙ୍କୁ ସ୍କୁଲକୁ ସ୍ବାଗତ କରାଯାଇଥିଲା ।

ଗଣଶିକ୍ଷାମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

ଏହା ପରେ ସ୍କୁଲର ଛାତ୍ରୀ ମାନେ ମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ସ୍କୁଲଟି ସରକାରଙ୍କ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ହୋଇଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ଆଜିର ଦିନ ଆସି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏନେଇ ଶିକ୍ଷକ ଓ ଅଭିଭାବକ ମାନେ ଖୁସି ଥିବା କହିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated :Aug 22, 2021, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.