ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହୋଇଛନ୍ତି ପୋଲିସ ଇନ୍‌ସ୍ପେକ୍ଟର

author img

By

Published : Sep 24, 2021, 7:30 PM IST

ଅଷ୍ଟମ ଶ୍ରେଣୀ ପାଠ ପଢି ମାଓ କମାଣ୍ଡର ରୁ ପୋଲିସ ଇନ୍ସପେକ୍ଟର

ଅଷ୍ଟମ ଶ୍ରେଣୀ ପାଠ ପଢି ପୋଲିସ ଇନ୍ସପେକ୍ଟର । 5 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ପାଞ୍ଚ ପାଞ୍ଚ ଥର ପ୍ରମୋସନ । ଫିଲ୍ମ କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣାଟି ଏକଦମ୍ ସତ । ଦିନେ ନକ୍ସଲ ଭୂମିକାରେ ଆତଙ୍କ ସୃଷ୍ଟି କରିଥିବା ମାଲକାନଗିରିର ସଞ୍ଜୟ ପୋଟାମ ଓରଫ୍ ବଦରୁ ଏବେ ପୋଲିସ ଇନସ୍ପେକ୍ଟର ।

ମାଲକାନଗିରି: ଅଷ୍ଟମ ଶ୍ରେଣୀ ପାଠ ପଢି ପୋଲିସ ଇନ୍ସପେକ୍ଟର । 5 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ପାଞ୍ଚ ପାଞ୍ଚ ଥର ପ୍ରମୋସନ । ଫିଲ୍ମ କାହାଣୀ ପରି ଲାଗୁଥିଲେ ମଧ୍ୟ ଘଟଣାଟି ଏକଦମ୍ ସତ । ଦିନେ ନକ୍ସଲ ଭୂମିକାରେ ଆତଙ୍କ ସୃଷ୍ଟି କରିଥିବା ମାଲକାନଗିରିର ସଞ୍ଜୟ ପୋଟାମ ଓରଫ୍ ବଦରୁ ଏବେ ପୋଲିସ ଇନସ୍ପେକ୍ଟର ।

ଦରଭା ଡିଭିଜନ ମାଓ ସଙ୍ଗଠନର କମାଣ୍ଡର ଭାବେ ଯୋଗ ଦିଅନ୍ତି ବଦରୁ । ପରେ ଦରଭା ଡିଭିଜନ ମାଓ ସଙ୍ଗଠନର କମାଣ୍ଡର ଭାବେ ମଙ୍ଗ ଧରନ୍ତି । ପୋଲିସକୁ ଟାର୍ଗେଟ କରିବା ସହ ବଡ ବଡ ହିଂସାକାଣ୍ଡ ଘଟାଏ । ଏହାପରେ ପୋଲିସର ମୋଷ୍ଟ ୱାଣ୍ଟେଡ୍ ଲିଷ୍ଟରେ ସ୍ଥାନ ପାଏ । ବଦରୁକୁ ଧରିବା ପାଇଁ 8 ଲକ୍ଷର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ଦୀର୍ଘ ସାତ ବର୍ଷ ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳୁଥିବା ବଦରୁ 2013 ରେ ମାଓ ସଙ୍ଗଠନରୁ ମୁହଁ ମୋଡି ପୋଲିସ ଆଗରେ ଆତ୍ମସମର୍ପଣ କରନ୍ତୁ । କାରଣ ମାଓ ସଙ୍ଗଠନ ଧୀରେ ଧୀରେ ନିଜ ଆଦର୍ଶରୁ ହଟି ନିରୀହ ଲୋକଙ୍କୁ ହତ୍ୟା ଅତ୍ୟାଚାର ଭଳି ନୃଶଂସ କାର୍ଯ୍ୟ ଦିନକୁ ଦିନ ବଢି ଚାଲିଥିଲା ।

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହୋଇଛନ୍ତି ପୋଲିସ ଇନ୍‌ସ୍ପେକ୍ଟର

ଏହାକୁ ରୋକିବାକୁ ଯାଇ ବଦରୁକୁ ମାଓ ସଙ୍ଗଠନର ବିରୋଧାଭାଷର ସାମ୍ନା କରିବାକୁ ପଡିଥିଲା । ତେଣୁ ବାଧ୍ୟ ହୋଇ ମାଓ ସଙ୍ଗଠନ ଛାଡିଥିଲା ମାଓ ନେତା ବଦରୁ । ଶେଷରେ ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଦନ୍ତେୱାଡା ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲା ବଦରୁ । ଉଦ୍ଦେଶ୍ୟ ଥିଲା ବସ୍ତର ଅଞ୍ଚଳରୁ ମାଓବାଦୀଙ୍କୁ ମୂଳପଛ କରିବା । ଆଉ ନିଜ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା କରିବା । ଏହା ପରେ ମାଓ କମାଣ୍ଡର ବଦରୁରୁ ବନିଗଲା ପୋଲିସର ଗୁପ୍ତ ସୈନିକ । ତେବେ ପ୍ରତିବର୍ଷ ବଦରୁ ନିଜ କାର୍ଯ୍ୟ ଦକ୍ଷତା ଯୋଗୁଁ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଲା ।

ମାଓ ଦମନରେ ଅନେକ ବଡ଼ ସଫଳତା ବଦରୁ ହାସଲ କରିଥିବାରୁ 5 ବର୍ଷ ମଧ୍ୟରେ 5 ପ୍ରମୋସନ ପାଇ ଗୁପ୍ତ ସୈନିକରୁ ବନିଗଲା ପୋଲିସ ଇନ୍ସପେକ୍ଟର । ଦିନେ ଯିଏ ପୋଲିସ ବିରୋଧରେ AK47 ବନ୍ଧୁକ ଧରି ଲଢେଇ କରୁଥିଲା ଏବେ କିନ୍ତୁ ମାଓ ବିରୋଧୀ ଅଭିଯାନରେ ସାମିଲ ହୋଇ ମାଓବାଦୀ ବିରୋଧରେ ଲଢେଇ କରିବାକୁ ଧରିଛି AK47 ବନ୍ଧୁକ । ମାଓ କମାଣ୍ଡର ଥିବାବେଳେ ଅନେକ ଗୁପ୍ତ ତଥ୍ୟ ଜାଣିଥିବାରୁ ମାଓବାଦୀଙ୍କୁ ଟାର୍ଗେଟ କରିବାକୁ ବଦରୁକୁ ସହଜ ହେଉଥିଲା । ଦନ୍ତେୱାଡା ଜିଲ୍ଲାରେ 50 ରୁ ଅଧିକ ମାଓ ଆକ୍ରମଣ ଘଟଣାରେ 100 ରୁ ଅଧିକ ମାଓବାଦୀଙ୍କୁ ଏନକାଉଣ୍ଟର କରି ମାରିବାରେ ସଫଳ ହୋଇଛି ବଦରୁ । ଅନେକ ମାଓବାଦୀଙ୍କୁ ଗିରଫ କରିବାରେ ବଦରୁର ହାତ ରହିଛି ।

ଆଜି ଇନ୍ସପେକ୍ଟର ବଦରୁ ମାଓ ନିପାତ ପାଇଁ DRG ଜବାନଙ୍କୁ ଦେଉଛି ଗରିଲା ଟ୍ରେନିଂ ଆଉ ଲଢ଼ିବାର ନୂଆ ରଣ କୌଶଳ । ତାର ନିଷ୍ଠା ପାଇଁ କାନ୍ଧରେ ଲାଗିଛି ପୋଲିସର ଥ୍ରୀ ଷ୍ଟାର୍ ସାଙ୍ଗକୁ ଶରୀରରେ ଖାକି ବର୍ଦ୍ଦି । କାର୍ଯ୍ୟ ଦକ୍ଷତା ପାଇଁ ଛତିଶଗଡ଼ ପୋଲିସ ବଦରୁକୁ ମେଡାଲ ଦେଇ ଥିବାବେଳେ ଏବେ ରାଷ୍ଟ୍ରପତି ପୁରସ୍କାର ପାଇଁ ନାମ ସୁପାରିଶ କରାଯାଇଛି । ତେବେ ଦିନେ ମାଓ ସଙ୍ଗଠନରେ ମିଶିଥିବା ବଦ୍ରୁ ଓରଫ ସଞ୍ଜୟ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛି ।


ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.