‘ଟେଣ୍ଡର ଫିକ୍ସିଂରେ ସଂଶ୍ଲିଷ୍ଟ ଅଧିକାରୀ ଓ ଖଣିମାଫିଆଙ୍କ ବିରୁଦ୍ଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ’

author img

By

Published : Aug 27, 2021, 3:48 PM IST

Updated : Aug 27, 2021, 5:16 PM IST

ଲଘୁଖଣି ଟେଣ୍ଡରରେ ସମ୍ପୃକ୍ତି ପୁଞ୍ଜିପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଦୀପ ମାଝୀ

ମାଲକାନଗିରିରେ 48 ଲଘୁଖଣି ଟେଣ୍ଡର ବାତିଲ୍ ହେବା ପରେ ଏଥିରେ ସମ୍ପୃକ୍ତ ପୁଞ୍ଜିପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲାର ଲଘୁଖଣି ଟେଣ୍ଡର ବନ୍ଦ ହେବା ପରେ ଏଥିରେ ସମ୍ପୃକ୍ତ ଥିବା ପୁଞ୍ଜିପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝୀ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ 23 ରେ ମାଲକାନଗିରିରେ 48 ଟି ଲଘୁଖଣି ଟେଣ୍ଡରକୁ ରଦ୍ଦ କରିଛନ୍ତି ଜିଲ୍ଲାପାଳ ।

ଲଘୁଖଣି ଟେଣ୍ଡରରେ ସମ୍ପୃକ୍ତି ପୁଞ୍ଜିପତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଦୀପ ମାଝୀ

ସୂଚନା ଅନୁଯାୟୀ ପୂର୍ବତନ ଜିଲ୍ଲାପାଳ ୟେଦୁଲା ବିଜୟଙ୍କ ସମୟରେ ଲଘୁଖଣି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତାକୁ ଆଧାରକରି ବର୍ତ୍ତମାନର ଜିଲ୍ଲାପାଳ ମାଲକାନଗିରିରେ 48 ଟି ଲଘୁଖଣି ଟେଣ୍ଡେରକୁ ରଦ୍ଦ କରିଛନ୍ତି । ପ୍ରଶାସନର ଏପରି ପଦକ୍ଷେପକୁ ରାଜନୈତିକ ସ୍ତରରେ ପ୍ରଶଂସା ମଧ୍ୟ କରାଯାଇଛି । ସେହିପରି ପୂର୍ବତନ ସାଂସଦ ତଥା ରାଜ୍ଯ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଏହାକୁ ସ୍ବାଗତଯୋଗ୍ୟ ପଦକ୍ଷେପ କହିବା ସହ ଦୁର୍ନୀତିରେ ଜଡିତ ଥିବା ଅଧିକାରୀ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ପୁଞ୍ଜିପତି ଭେନୁ ଗୋପାଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଯଦି ଯଥାଶୀଘ୍ର ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଜିଲ୍ଲା କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ଏଥିସହ ଆଗାମୀ ଦିନରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା (DRDA) ମାଧ୍ୟମରେ ସମ୍ପାଦନ ହେଉଥିବା ସ୍ବଚ୍ଛ ଭାରତ ମିସନ୍, ମନରେଗାର ପୋଖରୀ ଖନନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ ।


ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated :Aug 27, 2021, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.