ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

author img

By

Published : Aug 31, 2021, 8:55 AM IST

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ , ୫ ଗିରଫ

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ମାଲକାନଗିରି: ମୁଦୁଲିପଡା ପୋଲିସକୁ ସଫଳତା । ୧୫ ଶହ କେଜିର ଗଞ୍ଜେଇ ଜବତ ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଏହି ସବୁ ଗଞ୍ଜେଇ ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା । ଏନେଇ ବିଶେଷ ସୁତ୍ରରୁ ଖବର ପାଇଁ ଖୈରପୁଟ ଥାନା ପୋଲିସ ମୁଦୁଲିପଡା ରାସ୍ତାରେ ଚଢାଉ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହୋଇଥିବା ନେଇ କୁହାଯାଉଛି ।

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ , ୫ ଗିରଫ

ତେବେ ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର ଓ ଗୋଟିଏ ପିକ୍ ଏପ୍ ଭ୍ୟାନକୁ ଜବତ କରିଛି । ଏହି କାରବାରେର ପୋଲିସ ୫ଜଣଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲଣ କରିଛି । ତେବେ ଗିରଫ ୫ ଜଣଙ୍କ ମଧ୍ୟରେ ବୈପାରିଗୁଡାର ଜଣେ ୱେବ ଚ୍ୟାନେଲ ସାମ୍ବାଦିକ ରହିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.