ଆଜି ଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Dec 2, 2022, 5:51 PM IST

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ମାଓବାଦୀମାନେ ପ୍ରତିବର୍ଷ ଡିସେମ୍ବର 2ରୁ 8 ପର୍ଯ୍ୟନ୍ତ ପାଳନ କରିଥାନ୍ତି ପିଏଲଜିଏ ସପ୍ତାହ । ଏନେଇ ଜିଲ୍ଲାର ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ । ଅଧିକ ପଢନ୍ତୁ

ମାଲକାନଗିରି: ଆଜି ଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ । ଏନେଇ ମାଲକାନଗିରି ଜିଲ୍ଲାରେ ଏହାର ଆଂଶିକ ପ୍ରଭାବ ପଡିବା ସହିତ ଜିଲ୍ଲାର ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି ।

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ସୂଚନା ଅନୁଯାୟୀ, ବସଗୁଡିକ ଧାଡି ଧାଡି ଛିଡା ହୋଇଥିବା ବେଳେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଘରୋଇ ବସ ଚଳାଚଳ କରୁଥିଲେ ମଧ୍ୟ କେତେକ ରୁଟରେ ସରକାରୀ ବସ ଏକମାତ୍ର ମାଧ୍ୟମ ଥିଲା । ମାଓବାଦୀମାନେ ପ୍ରତିବର୍ଷ ଡିସେମ୍ବର 2ରୁ 8 ପର୍ଯ୍ୟନ୍ତ ପାଳନ କରିଥାନ୍ତି ପିଏଲଜିଏ ସପ୍ତାହ । ଏହି ସପ୍ତାହରେ ସଂଗଠନ କିପରି ମଜବୁତ କରାଯିବ ସଙ୍ଗଠନରେ ଯୁବକ ଯୁବତୀମାନଙ୍କୁ ସାମିଲ କରାଯିବ ସେନେଇ ପ୍ରଚେଷ୍ଟା କରିଥାନ୍ତି । ବିଗତ ଦିନରେ ଏହି ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଉଥିବାରୁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥାଏ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.