ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି

author img

By

Published : Aug 29, 2022, 6:03 PM IST

otet exam answer sheet goes viral before exam in malkangiri

ରାଜ୍ୟରେ OTET ପରୀକ୍ଷା ହେଉଥିବା ବେଳେ ମାଲକାନଗିରି ଜିଲ୍ଲାରେ ଭାଇରାଲ ହେଲା ଉତ୍ତର ସିଟ୍‌ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି । ଅଧିକ ପଢନ୍ତୁ

ମାଲକାନଗିରି: ସାରା ରାଜ୍ୟରେ OTET ପରୀକ୍ଷା ଚାଲିଥିବାବେଳେ ମାଲକାନଗିରିରେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲା (OTET exam answer sheet goes viral before exam in malkangiri) । ସକାଳେ ପ୍ରଥମ ସିଟିଂ ଥିଲା ଏବଂ ଅପରାହ୍ନରେ ଦ୍ବିତୀୟ ସିଟିଂ ରହିଥିଲା । ତେବେ ସୁରକ୍ଷା ବଳୟରେ ରହିଥିବା ପ୍ରଶ୍ନପତ୍ର କିଭଳି ଲିକ୍ ହେଲା ସେନେଇ ଉଠିଛି ପ୍ରଶ୍ନ ।

ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ

ସୂଚନା ମୁତାବକ, 27 ତାରିଖ ଦିନ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର ଆସି କଡା ସୁରକ୍ଷା ମଧ୍ୟରେ ମାଲକାନଗିରି ବାଳିକା ଉଚ୍ଚବିଦ୍ୟାଳୟରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରହିଥିଲା । ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମ ରହିଥିଲା । ଆଜି ସକାଳ 6.30ରୁ ଏହା ଜିଲ୍ଲାରେ ଥିବା 3ଟି ସେଣ୍ଟରକୁ ଯାଇଥିଲା । କିନ୍ତୁ ହଲରେ ପରୀକ୍ଷାର୍ଥୀ ବସିବା ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ (OTET exam answer sheet leak) ହୋଇଥିଲା । ପ୍ରଥମ ସିଟିଂର ପେପର ଏ ରେ ଥିବା ମୋଟ ୧୫୦ଟି ପ୍ରଶ୍ନର ଉତ୍ତର ଭାଇରାଲ ହୋଇଛି । ତେବେ କଡା ସୁରକ୍ଷା ବଳୟରେ ଥାଇ ମଧ୍ୟ ପ୍ରଶ୍ନ ପତ୍ର କିପରି ବାହାରକୁ ଆସିଲା ? କିଏ ଉତ୍ତର ସିଟ ପ୍ରସ୍ତୁତ କରିଛି ଏବଂ କେଉଁମାନେ ଏହି ଉତ୍ତର ସିଟ ଭାଇରାଲ କରୁଛନ୍ତି ସେନେଇ ଏବେ ସାଧାରଣରେ ଚର୍ଚ୍ଚା ହୋଇଛି । ଅପର ପକ୍ଷରେ ଏହାର ସିବିଆଇ ତଦନ୍ତ ନେଇ ଶିକ୍ଷାବିତ୍ ଦାବି କରି କହିଛନ୍ତି, "ଏଭଳି ଅବ୍ୟବସ୍ଥା ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ପ୍ରଭାବିତ ହୋଇଛନ୍ତି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । କିଛି ଲୋକଙ୍କ ଚକ୍ରାନ୍ତ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁମାନେ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଛନ୍ତି ସେମାନଙ୍କୁ ସସପେଣ୍ଡ କରିବା ଉଚିତ ।" ଅନ୍ୟପଟେ ପ୍ରଶ୍ନ ପତ୍ର ପାଇବା ପାଇଁ OTET ପରୀକ୍ଷାର୍ଥୀମାନେ 5000 ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି । ଏ ସମ୍ବନ୍ଧରେ ମାଲକାନଗିରି ଡିଇଓ ଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍

ସକାଳ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ପେପର ୱାନ ପରୀକ୍ଷା ହେବାକୁ ଥିବା ବେଳେ ପେପର ୨ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହୋଇଛି । ସେପଟେ ଗତ ଏପ୍ରିଲ ୮ ତାରିଖରେ ଓଟିଇଟି ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.