Boat Capsizes In Balimela Reservoir: ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

author img

By

Published : Sep 1, 2022, 12:13 PM IST

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା, ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା । ଡଙ୍ଗା ବୁଡିରେ ଘଟଣାରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ମାଲକାନଗିରି: ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା । ଡଙ୍ଗା ବୁଡିରେ ଘଟଣାରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାମ ମୋତି ଗୋଲାରୀ ବୋଲି ସୂଚନା ମିଳିଛି ।

ଏହାବି ପଢନ୍ତୁ: ଯମୁନା ନଦୀରେ ଡଙ୍ଗା ବୁଡି ଘଟଣା, ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ସୂଚନା ଅନୁସାରେ, ବୁଧବାର ଦିନ(ଗତକାଲି) ଅପରାହ୍ନ ସମୟରେ ଧାକଡ଼ପଦର ଠାରୁ ଯନ୍ତରୀ ଗାଁକୁ ଏକ ଦେଶୀ ଡଙ୍ଗାରେ ସ୍ବାମୀ ଅର୍ଜୁନ ଗୋଲାରୀ ଓ ସ୍ତ୍ରୀ ମୋତି ଗୋଲାରୀ ଫେରୁଥିଲେ । ଏହି ସମୟରେ ହଠାତ ଝଡ଼ ତୋଫାନ ହୋଇଥିଲା । ଯାହାଫଳରେ ଡଙ୍ଗାଟି ବୁଡି ଯାଇଥିଲା । ସ୍ତ୍ରୀ ନିଖୋଜ ଥିବାବେଳେ ସ୍ବାମୀ ପହଁରି ପହଁରି ନଦୀକୂଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ବର୍ତ୍ତମାନ ନିଖୋଜ ଥିବା ମୋତି ଗୋଲାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚିତ୍ରକୋଣ୍ଡା ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.