ମାଲକାନଗିରିରେ ଆକାଶ ଛୁଆଁ ତେଲ ଦର, ଶହେ ପାର୍ କଲା ପେଟ୍ରୋଲ ଡିଜେଲ

author img

By

Published : Oct 5, 2021, 7:35 PM IST

ମାଲକାନଗିରିରେ ଆକାଶ ଛୁଆଁ ତେଲ ଦର, ଶହେ ପାର୍ କଲା ପେଟ୍ରୋଲ ଡିଜେଲ

ମହଙ୍ଗା ମାଡରେ ଅତିଷ୍ଠ ମାଲକାନଗିରି ଜିଲ୍ଲାର ଖାଉଟି । ଶହେ ଟପିବାରେ ଲାଗିଛି ପେଟ୍ରୋଲ-ଡିଜେଲ ଦର । ଅଧିକ ପଢନ୍ତୁ...

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ ଆକାଶ ଛୁଆଁ ହେଉଛି ପେଟ୍ରୋଲ, ଡିଜେଲ ଦର । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ତେବେ ପେଟ୍ରୋଲ ଓ ଡିଜେଲ ଦର ଦିଲ୍ଲୀ ଓ ମୁମ୍ବାଇକୁ ଟପିଯାଇଛି । ଏନେଇ ଆଜି (ରବିବାର) ପେଟ୍ରୋଲ ଲିଟର ପିଛା ୧୧୦ ଓ ଡିଜେଲ ୧୦୫ ଟଙ୍କାରେ ପହଞ୍ଚିଛି ।

ମାଲକାନଗିରିରେ ଆକାଶ ଛୁଆଁ ତେଲ ଦର, ଶହେ ପାର୍ କଲା ପେଟ୍ରୋଲ ଡିଜେଲ

ତେବେ ଏହା ସାଙ୍ଗକୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୬୪ ପଇସା ରହିଥିବା ବେଳେ ଡିଜେଲ ଲିଟର ୧୦୫ ଟଙ୍କା ହୋଇଛି ।

ସେପଟେ ମାଲକାନଗିରି ଜିଲ୍ଲାର ପଡୋଶୀ ରାଜ୍ୟ ଛତିଶଗଡର ସୁକୁମା ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୦୫ଟଙ୍କା ଯାହାକି ମାଲକାନଗିରି ଦରଠାରୁ ୫ଟଙ୍କା ଅଧିକ । ତେବେ ଜିଲ୍ଲାର ପଡିଆ ବ୍ଲକର ସଦର ମହକୁମା ଠାରୁ 3 କିଲୋମିଟର ଛତିଶଗଡ ସୁକୁମା ଜିଲ୍ଲାର ଦୋରନାପାଲ ଠାରେ ଡିଜେଲ ଓ ପେଟ୍ରୋଲ ଲିଟର ପିଛା ୫ଟଙ୍କା କମ୍ ଥିବାରୁ ଲୋକେ ମାଲକାନଗିରିରେ ତେଲ ପକାଇ ଫେରୁଥିବା ଦେଖିବାକୁ ମିଳିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.