ଗୁଜରାଟ ପ୍ରଶ୍ନପତ୍ର ଲିକ ଘଟଣା, ମାଲକାନଗିରି ଶିକ୍ଷକ ଗିରଫ

author img

By

Published : Jan 31, 2023, 10:59 AM IST

Odisha teacher arrested Gujarat question leak case

ଗୁଜରାଟ ପ୍ରଶ୍ନପତ୍ର ଲିକ ଘଟଣାରେ ଓଡିଶା ଲିଙ୍କ୍‌ । ଘଟଣାରେ ମାଲକାନଗିରିର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ଗୁଜରାଟ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଓଡ଼ିଶାର ଜଣେ ଶିକ୍ଷକ ଗରିଫ । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ପକ୍ଷରୁ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ଘଟଣାରେ ଓଡିଶାର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି । ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମାଲୁ ଗିରଫ ହୋଇଛନ୍ତି ।

ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବା ଜଣାପଡିଥିଲା । ମାଲକାନଗିରି ପୋଲିସ ସରୋଜକୁ ଆଜି ଗିରଫ କରିଥିବା ଜଣାପଡିଛି । ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଉ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସରୋଜ । ଗୁୁଜୁରାଟର ଏକ ଟିମ୍‌ ମାଲକାନଗିରି ପୋଲିସ ସହାୟତାରେ ସରୋଜଙ୍କୁ ଗିରଫ କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ପ୍ରକାଶ ଥାଉକି ଗୁଜରାଟ ପଞ୍ଚାୟତ ବିଭାଗ ତରଫରୁ କନିଷ୍ଠ କିରାଣୀ ପାଇଁ ରାଜ୍ୟରୁ ୯ ଲକ୍ଷ ୫୩ ହଜାର ପିଲା ପରୀକ୍ଷା ପାଇଁ ଆବେଦନ କରିଥିଲେ । ୧୧୮୧ ଟି ପୋଷ୍ଟ ପାଇଁ ନାମ ପଞ୍ଜିକରଣ କରିଥିଲେ। ଏହି ପରୀକ୍ଷା ରାଜ୍ୟର ୨୯୯୫ଟି ସେଣ୍ଟରରେ ପରୀକ୍ଷା ହେବାର ଥିଲା କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା । ଏଥିରେ ସରୋଜ ମଧ୍ୟ ଏହି ପ୍ରଶ୍ନପତ୍ର ପାଇ ଏହାର ଉତ୍ତର ପଠାଇଥିଲେ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରାଯାଇଛି ।

ଆଗାମୀ ୧୦୦ ଦିନ ମଧ୍ୟରେ ଏହି ପରୀକ୍ଷା ପୁନଃ ହେବ ବୋଲି ପଞ୍ଚାୟତ ବିଭାଗ ଉନ୍ନୟନ କମିଶନର ପ୍ରକାଶ କରିଛନ୍ତି । ତେବେ ଗୁଜରାଟ ପୋଲିସ ଅଭିଯୋଗ କରିବା ପରେ ମାଲକାନଗିରି ଏସପି ନିତେଶ ଵାଧଵାନୀ ଏହି ଘଟଣାକୁ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି କହିଥିଲେ ।

ଇଟିଭି ଭାରତ, ଗୁଜୁରାଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.