ବିଧାନସଭା ସଦାଚାର କମିଟିର ମାଲକାନଗିରି ଗସ୍ତ

author img

By

Published : Sep 15, 2022, 8:40 AM IST

ବିଧାନସଭା ସଦାଚାର କମିଟିର ମାଲକାନଗିରି ଗସ୍ତ

ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଦାଚାର କମିଟିର ମାଲକାନଗିରି ଜିଲ୍ଲା ଗସ୍ତ । ଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଥିବା ପ୍ରକାଶ କରିଛନ୍ତି ଏହି କମିଟିର ଅଧ୍ୟକ୍ଷ ଅମର ଶତପଥୀ । ଅଧିକ ପଢ଼ନ୍ତୁ

ମାଲକାନଗିରି: ବିଧାନସଭା ସଦାଚାର କମିଟିର ମାଲକାନଗିରି ଜିଲ୍ଲା ଗସ୍ତ । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ବୁଧବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ଏହି କମିଟି । ସଦାଚାର କମିଟିର ସଦସ୍ୟବୃନ୍ଦ ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ନେଇ ସମୀକ୍ଷା କରିଥିଲେ । ତେବେ ଜିଲ୍ଲାରେ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଥିବା ପ୍ରକାଶ କରିଛନ୍ତି ଏହି କମିଟିର ଅଧ୍ୟକ୍ଷ ଅମର ଶତପଥୀ ।

ବିଧାନସଭା ସଦାଚାର କମିଟିର ମାଲକାନଗିରି ଗସ୍ତ

ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ବିଧାନସଭା ସଦାଚାର କମିଟି । ଏହି ପରିପ୍ରେକ୍ଷୀରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନେତୃତ୍ବରେ ଏହି ସଦାଚାର ଗୃହ କମିଟି ବୁଧବାର ମାଲକାନଗିରି ଗସ୍ତରେ ଆସି ଜିଲ୍ଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କମିଟି ପକ୍ଷରୁ କରାଯାଇଥିବା ସମୀକ୍ଷା ସମୟରେ ଜିଲ୍ଲାର ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଲୋକ ପ୍ରତିନିଧିଙ୍କ ସହ କିଭଳି ସମନ୍ବୟ ରକ୍ଷା କରାଯାଉଛି ସେନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ସଦାଚାର କମିଟିର ଗଜପତି ଗସ୍ତ

ତେବେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହ କାର୍ଯ୍ୟ କରିବାରେ ସହଯୋଗିତା ରହିଥିବା ଗୃହ କମିଟି ଅଧ୍ୟକ୍ଷ ଅମର ଶତପଥି କହିଛନ୍ତି । ତେବେ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ତୁଳନାରେ ପଛରେ ରହିଥିବା ସ୍ଥାନୀୟ ଜନ ପ୍ରତିନିଧି ଗୃହ କମିଟିକୁ ଅବଗତ କରିଥିଲେ । ଏନେଇ ଖୁବଶୀଘ୍ର ରାଜ୍ୟ ସରକରାଙ୍କ ସହ ଆଲୋଚନା କରି ମାଲକାନଗିରି ଜିଲ୍ଲାରେ ଅଧିକ ଡାକ୍ତର ନିଯୁକ୍ତି କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯିବ ବୋଲି ଗୃହ କମିଟି ପ୍ରକାଶ କରିଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.