ନିର୍ମାଣଧିନ ବ୍ରିଜରୁ ଖସି ଚାଲିଗଲା ରାତ୍ରି ଜଗୁଆଳିଙ୍କ ଜୀବନ

author img

By

Published : Nov 26, 2022, 1:02 PM IST

Updated : Nov 26, 2022, 1:22 PM IST

ନିର୍ମାଣଧିନ ବ୍ରିଜ୍ରୁ ଖସି ରାତ୍ର ଜଗୁଆଳିର ମୃତ୍ୟୁ

ମାଲକାନଗିରି ଜିଲ୍ଲାର ମୋଟୁ ନିକଟରେ ନିର୍ମାଣଧୀନ ବ୍ରିଜ୍‌ ତଳକୁ ଖସି ଜଣେ ରାତ୍ର ଜଗୁଆଳିଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମାଲକାନଗିରି: ନିର୍ମାଣଧିନ ବ୍ରିଜରୁ ଖସି ରାତ୍ର ଜଗୁଆଳିର ମୃତ୍ୟୁ । ମାଲକାନଗିରି ଜିଲ୍ଲାର ମୋଟୁ ନିକଟରେ ନିର୍ମାଣଧୀନ ବ୍ରିଜ୍‌ ତଳକୁ ଖସି ଜଣେ ରାତ୍ର ଜଗୁଆଳିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଛଡିଶଗଡ କୋଣ୍ଟା ଅଞ୍ଚଳର ସ୍ବୟଂ ନାରାୟା । ଡ୍ୟୁଟି ସାରି ନିଜ ଘର ଛତିଶଗଡର କଣ୍ଟାକୁ ଗଡର ଉପରଦେଇ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ ସେ ।

ନିର୍ମାଣଧିନ ବ୍ରିଜରୁ ଖସି ଚାଲିଗଲା ରାତ୍ରି ଜଗୁଆଳିଙ୍କ ଜୀବନ

ଏହା ମଧ୍ୟ ପଢନ୍ତୁ: ସୁଡଙ୍ଗ କରି ଟ୍ରେନ ଇଞ୍ଜିନ ଚୋରି ଘଟଣାରେ ଟ୍ବିଷ୍ଟ, ଖବର ମିଛ କହିଲା ରେଳବାଇ

ଘଟଣାସ୍ଥଳରେ ଗାର୍ଡଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି । ଖବର ପାଇ ମୋଟୁ ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ମୃତ ସ୍ବୟଂ ନାରାୟା ଏହି ନିର୍ମାଣାଧୀନ ବ୍ରିଜ୍‌ରେ ରାତ୍ର ଜଗୁଆଳି ଏବଂ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଏହି ବ୍ରିଜ୍ କାମ ଛତିଶଗଡ଼ର ଏକ ଘରୋଇ କମ୍ପାନି ହାତକୁ ନେଇଥିବା ସୂଚନା ରହିଛି।

ଇଟିଭି ଭାରତ, ମାଲକାନଗିରି

Last Updated :Nov 26, 2022, 1:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.