ମାଲକାନଗିରି ସୀମାରେ ସକ୍ରିୟ ନକ୍ସଲ, ଜାଳିଦେଲେ ଯାତ୍ରୀବାହୀ ବସ୍‌

author img

By

Published : Nov 21, 2022, 5:04 PM IST

ମାଲକାନଗିରି ସୀମାରେ ସକ୍ରିୟ ମାଓବାଦୀ, ପୋଡ଼ିଦେଲେ ଯାତ୍ରୀବାହୀ ବସ ସମେତ ଜିଓ ଟାୱାର

ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲ ହିଂସା । ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ପୋଡ଼ିବା ପରେ ଏକ ଜିଓ ଟାୱାରରେ ନିଆଁ ଲଗାଇଲେ ନକ୍ସଲ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ । ଅଧିକ ପଢ଼ନ୍ତୁ

ମାଲକାନଗିରି: କିଛିଦିନର ନୀରବତା ପରେ ପୁଣି ସକ୍ରିୟ ନକ୍ସଲ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ହିଂସା ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ପୋଡ଼ିବା ପରେ ଏକ ଜିଓ ଟାୱାରରେ ମଧ୍ୟ ନିଆଁ ଲଗାଇଛନ୍ତି ଲାଲ୍‌ ବାହିନୀ । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ ହୋଇଛି । ପୁଣି ନକ୍ସଲଙ୍କ ତାଣ୍ଡବ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ମାଲକାନଗିରି ସୀମାରେ ସକ୍ରିୟ ମାଓବାଦୀ, ପୋଡ଼ିଦେଲେ ଯାତ୍ରୀବାହୀ ବସ ସମେତ ଜିଓ ଟାୱାର

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର କୋଇଲବଡ଼ି ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ । ଏଠାରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ବସ୍‌କୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ବସରେ ଥିବା ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ସେଠାରୁ ଚାଲିଯିବାକୁ କହିଥିଲେ । ଏହାପରେ ବସ୍‌ରେ ନିଆଁ ଲଗାଇଥିଲେ ନକ୍ସଲ । ସେଠାରେ ପୋଷ୍ଟର ମଧ୍ୟ ଛାଡିଥିଲେ । ଏହାପରେ ପଖାଞ୍ଜୁର ଥାନା ଅନ୍ତର୍ଗତ ପିଭି ୪୫ ଗ୍ରାମରେ ଥିବା ଜିଓ ଟାୱାରରେ ମଧ୍ୟ ନିଆଁ ଲଗାଇଛନ୍ତି ନକ୍ସଲ । ତେବେ ଏଭଳି ଘଟଣା ପରେ ସେହି ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.