ମନ୍ଦିର ଗୁଡିକରେ କୋଭିଡ ନିୟମ ମାନି ନବରାତ୍ରି ପୂଜା ଆରମ୍ଭ

author img

By

Published : Oct 7, 2021, 8:49 PM IST

ମନ୍ଦିର ଗୁଡିକରେ କୋଭିଡ ନିୟମ ମନି ନବରାତ୍ରି ପୂଜା ଆରମ୍ଭ

କୋଭିଡ ନିୟମ ସହ ଜିଲ୍ଲାର ବିଭିନ୍ନ ଦେବୀ ମନ୍ଦିରରେ ନବରାତ୍ରି ପୂଜା ଆରମ୍ଭ ହୋଇଛି । ମାଲକାନଗିରିର ବିଭିନ୍ନ ଦେବୀ ପୀଠରେ ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ମାଲକାନଗିରି: କୋଭିଡ ନିୟମ ସହ ଜିଲ୍ଲାର ବିଭିନ୍ନ ଦେବୀ ମନ୍ଦିରରେ ନବରାତ୍ରି ପୂଜା ଆରମ୍ଭ ହୋଇଛି । ମାଲକାନଗିରିର ବିଭିନ୍ନ ଦେବୀ ପୀଠରେ ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏହି କ୍ରମରେ ସହରରେ ଥିବା ମାଁ ମାଉଲି ମନ୍ଦିର, ଦୁର୍ଗା ମନ୍ଦିର, ଭୈରବୀ ମନ୍ଦିର, ମଙ୍ଗଳା ମନ୍ଦିର, ବସ୍ତରାଇନ୍ ମନ୍ଦିର ଓ ନାକେଟଶ୍ବରୀ ମନ୍ଦିରରେ ଭକ୍ତମାନେ କୋଭିଡ ଗାଇଡ୍‌ଲାଇନ୍କୁ ମାନି ମନ୍ଦିରରେ ମାଁଙ୍କ ଦର୍ଶନ କରିଛନ୍ତି ।

ମନ୍ଦିର ଗୁଡିକରେ କୋଭିଡ ନିୟମ ମନି ନବରାତ୍ରି ପୂଜା ଆରମ୍ଭ

ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁମାନେ ଅଧିକ ଭିଡ଼ ନ ଜମାଇ ମାନସିକଧାରୀମାନେ ଅଖଣ୍ଡ ନବଦିନାତ୍ମକ ଦୀପ ଜାଳିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ଗା ପୂଜା ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଛି । ମନ୍ଦିର କମିଟି ଗୁଡ଼ିକ ଦ୍ବାରା ଭକ୍ତମାନଙ୍କୁ କୋଭିଡ ନିୟମ ମାନି ମନ୍ଦିରକୁ ଆସିବାକୁ ନିବେଦନ କରାଯାଇଛି ।

ସେପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଗାଇଡଲାଇନ୍‌ ଜାରି କରାଯାଇଛି । ସଂକ୍ରମଣ ଚେନ ଭାଙ୍ଗିବାକୁ ଏହି ସମସ୍ତ ଗାଇଡଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.