ରେଞ୍ଜର ବାବୁଙ୍କୁ ମାଲିସ୍ କରୁଛନ୍ତି ଅସ୍ଥାୟୀ କର୍ମଚାରୀ, ଭିଡିଓ ଭାଇରାଲ

author img

By

Published : Aug 31, 2022, 1:08 PM IST

Updated : Aug 31, 2022, 2:23 PM IST

ରେଞ୍ଜର ବାବୁଙ୍କୁ ମାଲିସ୍ କରୁଛନ୍ତି ଅସ୍ଥାୟୀ କର୍ମଚାରୀ, ଭିଡିଓ ଭାଇରାଲ

ଅସ୍ଥାୟୀ କର୍ମଚାରୀଙ୍କୁ ଲଗାଇ ମାଲିସ୍ ହେଉଛନ୍ତି ମାଲକାନଗିରି ମୋଟ ରେଞ୍ଜର । ବାବୁଙ୍କ ମାଲିସ୍ ସମୟର ଭିଡିଓ ଭାଇରାଲ ।

ମାଲକାନଗିରି: ରେଞ୍ଜର ବାବୁଙ୍କ ମାଲିସ୍ ସଉକ । ଅସ୍ଥାୟୀ କର୍ମଚାରୀଙ୍କୁ ଲାଗାଇ ତେଲ ମାଲିସ୍ ହେଉଛନ୍ତି ରେଞ୍ଜର ବାବୁ(Motu Ranger getting massage from contractual staff) । ମାଲକାନଗିରି ଜିଲ୍ଲା ମୋଟୁ ରେଞ୍ଜରଙ୍କ କାର୍ଯ୍ୟାଳୟରେ ଏହି ଘଟଣା ଦେଖିବାକୁ ମିଳିଛି । ମୋଟୁ ରେଞ୍ଜରଙ୍କ ମାଲିସ୍ ଥେରାପି ସମୟର ଏବେ ଭିଡିଓ ସାମ୍ନାକୁ ଆସିଛି । କିପରି ସେ ନିଜର ଅଧସ୍ଥନ କର୍ମଚାରୀଙ୍କୁ ଲଗାଇ ମୋଡାଘସା ହେଉଛନ୍ତି ତାହା ଭିଡିଓରେ ନଜର ଆସିଛି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ରେଞ୍ଜର ହେଉଛନ୍ତି ରଶ୍ମୀ ରଞ୍ଜନ ସ୍ବାଇଁ ।

ରେଞ୍ଜର ବାବୁଙ୍କୁ ମାଲିସ୍ କରୁଛନ୍ତି ଅସ୍ଥାୟୀ କର୍ମଚାରୀ

ମୋଟୁ ରେଞ୍ଜର କାର୍ଯ୍ୟାଳୟରେ ଅଧସ୍ଥନ କର୍ମଚାରୀମାନେ ମସାଜ ବୟ ପାଲଟିଛନ୍ତି । ରେଞ୍ଜର ବାବୁ ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ନିଜ କ୍ବାର୍ଟରରେ କର୍ମଚାରୀମାନେ ଘସାମୋଡା କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ମୋଟୁ ବନାଞ୍ଚଳ ଏମ୍‌ଭି-୭୯ ବନଖଣ୍ଡ କାର୍ଯ୍ୟାଳୟରେ ଥିବା ରେଞ୍ଜର ବାବୁଙ୍କ କ୍ବାର୍ଟରରେ ଏହି ମାଲିସ୍ ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ବେଆଇନ୍ ଭାବେ ଏମ୍‌ଭି-୭୯ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ମୂଲ୍ୟବାନ ଗଛ କଟା ଯାଉଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଏହି କାଠରୁ ମୂଲ୍ୟବାନ ପଟା ପ୍ରସ୍ତୁତ କରି ଅଧିକାରୀମାନେ ନିଜ କାମରେ ବ୍ୟବାହର କରୁଥିବା ଅଭିଯୋଗ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: କଳାହାଣ୍ଡିରେ ହିତାଧିକାରୀଙ୍କ ପିଡିଏସ ଚାଉଳ ହଡପ ଅଭିଯୋଗ

ବନ ବିଭାଗ ପକ୍ଷରୁ କାଠ ଚୋରାଚାଲାଣ ରୋକିବାକୁ ପଦକ୍ଷେପ ନେବା ଆବଶ୍ୟକ ଥିବା ବେଳେ ସେହି କାର୍ଯ୍ୟାଳୟ ମଧ୍ୟରେ ଏଭଳି ଚିତ୍ର ଦେଖିବା ପରେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୋମବାର ଭାଇରାଲ ହୋଇଥିବା ଭିଡିଓ ସମ୍ପର୍କରେ ଡିଏଫ୍ଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ଦିନକ ପରେ ମୋଟୁ ରେଞ୍ଜର ବାବୁଙ୍କ ମାଲିସ ସମୟର ଏକ ଭିଡିଓ ଭାଇରାଲ ପୁଣି ଚର୍ଚ୍ଚାକୁ ଆସିଛି । ତେବେ ଏହା ଉପରେ ବନ ବିଭାଗ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

Last Updated :Aug 31, 2022, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.