ଆମକୁ ଭାତ ଅଣ୍ଟୁନି ବାହାରେ ବିକ୍ରି ହେଉଛି ଚାଉଳ, ସୁପରିଟେଣ୍ଡେଣ୍ଟଙ୍କ ନାଁରେ ଛାତ୍ରଙ୍କ ଅଭିଯୋଗ

author img

By

Published : Sep 3, 2022, 7:27 PM IST

Mariowada ashram School students complained about selling rice outside in malkangiri

ସ୍କୁଲରୁ ଚାଉଳ ବାଟମାରଣା ଅଭିଯୋଗ । ପାଚେରୀ ଡେଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଭେଟିଲେ ଛାତ୍ର । ଅଧିକ ପଢ଼ନ୍ତୁ

ମାଲକାନଗିରି: ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ । ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ହେଉଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି । ମାଲକାନଗିରି ଜିଲ୍ଲା ମାରିଓ୍ବାଡା ଆଶ୍ରମ ସ୍କୁଲର ୨୦ ଜଣ ଛାତ୍ର ରାତି ୪ ସମୟରେ ହଷ୍ଟେଲ ପାଚେରୀ ଡେଇଁ ସମସ୍ୟା ଜଣାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ଏହି ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ (Students Meet to District Welfare Officer) ଖବର ପାଇ ଛାତ୍ରମାନଙ୍କୁ ନିଜ କାର୍ଯ୍ୟାଳୟକୁ ନେଇଥଲେ ଓ ସ୍କୁଲର ସମସ୍ୟା ପଚାରି ବୁଝିଥିଲେ ।

ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କ ନାଁରେ ଚାଉଳ ବିକ୍ରି ଅଭିଯୋଗ

ଗତ ମାସ ୨୩ତାରିଖ ଦିନ ଏକ ଅଟୋରିକ୍ସାରେ ୨୦ ବସ୍ତା ହଷ୍ଟେଲ ଚାଉଳ ବାହାରକୁ ନିଆଯାଉଥିବା ସମୟରେ କିଛି ଛାତ୍ର ଫଟୋ ଉଠାଇ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ ସହ ମୋବାଇଲରେ ଉଠାଯାଇଥିବା ଫୋଟୋ ଦେଖାଇଥିଲେ । ହେଲେ ପ୍ରଧାନ ଶିକ୍ଷକ ଏହାର ସମାଧାନ କରିନଥିବାରୁ ଛାତ୍ରମାନେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସ୍କୁଲ ସୁପରିଟେଣ୍ଡ ରଞ୍ଜିତା ବେହେରା ଓ ଶିକ୍ଷକ ପ୍ରଦୀପ କୁମାର ସେଠୀ ଉଭୟେ ମିଶି ଚାଉଳ ବିକ୍ରି କରୁଥିବା ଛାତ୍ରମାନେ ଅଭିଯୋଗ କହିଛନ୍ତି । ଛାତ୍ରମାନେ କହିଛନ୍ତି, "ସ୍କୁଲରୁ ତିନି ଥର ଚାଉଳ ବିକ୍ରି ହୋଇଛି । କିନ୍ତୁ ଏପଟେ ଆମକୁ ଭାତ ପାଉନି । ପାଣିଆ ଡାଲିରେ ଖାଇବାକୁ ବାଧ୍ୟ ହେଉଛୁ । ତେଣୁ ଆମେ ଜାଣିବାକୁ ଚାହୁଁଛୁ ଚାଉଳ କେଉଁଆଡେ ଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ: ପରୀକ୍ଷା ପୂର୍ବରୁ ଉତ୍ତର ସିଟ ଭାଇରାଲ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଅନ୍ୟପଟେ ସ୍କୁଲ ସୁପରିଟେଣ୍ଡଣ୍ଟ ପିଲାମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "୪ ମାସ ହଷ୍ଟେଲରେ ଚାଉଳ ଅଭାବ ଦେଖାଦେଇଥିଲା । ତେଣୁ ଲିଖିତ ଆକାରରେ ମାରିଓ୍ବାଡା ପଞ୍ଚାୟତରୁ ୨୦ ବସ୍ତା ଚାଉଳ ଆଣିଥିଲି । ସ୍କୁଲକୁ ଏମଡିଏମ ଚାଉଳ ଆସିବା ପରେ ପଞ୍ଚାୟତକୁ ଫେରସ୍ତ କରିଥିଲି ।" ଘଟଣାର ତଦନ୍ତ କରି ସମ୍ପୃକ୍ତ ଶିକ୍ଷକମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.