ମାଟିତଳୁ ଉଦ୍ଧାର ହେଲା ୧୧ରୁ ଅଧିକ ଲ୍ୟାଣ୍ଡମାଇନ, ଲୁଚାଇଥିଲେ ମାଓବାଦୀ

author img

By

Published : Nov 23, 2022, 7:37 PM IST

ମାଟିତଳୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ, ଜବତ ସାମଗ୍ରୀ ମଧ୍ୟରେ ରହିଛି EVM ମେସିନ

ଲୁଚାଇଥିଲେ ମାଓବାଦୀ । ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଜୋଡାଆମ୍ବ ଥାନା ଅଧିନ ଜଙ୍ଗଲ ମଧ୍ୟରୁ ଜବତ ହୋଇଛି ମାଟି ତଳେ ପୋତା ହୋଇଥିବା ଅନେକ ବିସ୍ଫୋରକ ସାମଗ୍ରୀ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଲ୍ୟାଣ୍ଡମାଇନ, ବନ୍ଧୁକ, ଇଭିଏମ୍‌ ମେସିନ ସମେତ ଅନେକ ସାମଗ୍ରୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମାଲକାନଗିରି ଏସ୍‌ପି ନୀତେଶ ୱ।ଧୱ।ନି । ଅଧିକ ପଢ଼ନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା । ସ୍ବାଭିମାନ ଅଞ୍ଚଳର ଜୋଡାଆମ୍ବ ଥାନା ଅଞ୍ଚଳର ଜଙ୍ଗଲରେ ପୋତାଯାଇଥିବା ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ଏହି ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଇଭିଏମ୍‌ ମେସିନ ରହିଥିବା ସୂଚନା ମିଳିଛି । ଏଗୁଡ଼ିକ ମାଟି ତଳେ ପୋତା ହୋଇଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଓଜି (Special Operation Group) ଓ ଡିଭିଏଫ (District Voluntary Force) ପକ୍ଷରୁ ଜବତ କରାଯାଇଛି ।

ମାଟିତଳୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ, ଜବତ ସାମଗ୍ରୀ ମଧ୍ୟରେ ରହିଛି EVM ମେସିନ

ବିଶେଷ ଗୁଇନ୍ଦା ସୂତ୍ରରୁ ଖବର ପାଇ ଗତକାଲି (ମଙ୍ଗଳବାର) ଏସଓଜି ଓ ଡିଭିଏଫ ପକ୍ଷରୁ ଯୋଡ଼ାଆମ୍ବ ଜଙ୍ଗଲରେ ସର୍ଚ୍‌ ଅପରେସନ କରାଯାଇଥିଲା । ଏହି ଅପରେସନରେ ମାଟିତଳେ ମାଓ ସାମଗ୍ରୀ ଥିବା ସୂଚନା ପାଇଥିଲେ ଜବାନ । ପରେ ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ମାଓବାଦୀଙ୍କ ସମସ୍ତ ସାମଗ୍ରୀ ଜବତ କରାଯାଇଥିଲା । ସେଥିରେ ୧୧ରୁ ଅଧିକ ଲ୍ୟାଣ୍ଡମାଇନ, ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ୭୪ ପ୍ରକାର ମାଓ ସାମଗ୍ରୀ ଜବତ କରିଛନ୍ତି ଜବାନ । ତେବେ ଏହାରି ମଧ୍ୟରେ ଗୋଟିଏ ଇଭିଏମ୍‌ ମେସିନ ରହିଥିବା ସୂଚନା ମିଲିଛି । ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ଏହି ସବୁ ସାମଗ୍ରୀ ମାଟି ତଳେ ପୋତି ରଖିଥିବା ଅନୁମାନ କରାଯାଉଛି ।

ମାଟିତଳେ ପୋତାଯାଇଥିବା ମାଓ ସାମଗ୍ରୀ ଜବତ୍
ମାଟିତଳେ ପୋତାଯାଇଥିବା ମାଓ ସାମଗ୍ରୀ ଜବତ୍

ଏହା ମଧ୍ୟ ପଢ଼ନ୍ତୁ...ମାଲକାନଗିରି ସୀମାରେ ସକ୍ରିୟ ନକ୍ସଲ, ଜାଳିଦେଲେ ଯାତ୍ରୀବାହୀ ବସ୍‌

ମାଟିତଳେ ପୋତାଯାଇଥିବା ମାଓ ସାମଗ୍ରୀ ଜବତ୍
ମାଟିତଳେ ପୋତାଯାଇଥିବା ମାଓ ସାମଗ୍ରୀ ଜବତ୍

ଏହି ସଫଳତା ପରେ ପ୍ରତିକ୍ରିୟା ରଖିଛନ୍ତି ମାଲକାନଗିରି ଏସ୍‌ପି ନୀତେଶ ୱ।ଧୱ।ନି । ସେ କହିଛନ୍ତି, "ପୋଲିସର ଘର ପ୍ରତ୍ୟାବର୍ତ୍ତନ ଆହ୍ବାନରେ ଧିରେ ଧିରେ ମାଓଗଡ଼ ଭାଙ୍ଗୁଛି । ଯାହା ଫଳରେ ଲୋକମାନଙ୍କର ପୋଲିସ ଉପରେ ଭରସା ବଢ଼ୁଛି । ତେବେ ଜୋଡ଼ାଆମ୍ବ ଅଞ୍ଚଳରେ ଲୋକଙ୍କ ସହାୟତାରେ ଆମେ ଏହି ବିପୁଳ ମାଓ ସାମଗ୍ରୀ ଜବତ କରିଛୁ । ଏଭଳି ଲୋକଙ୍କ ସହୟତା ମିଳିଲେ ଆଗକୁ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ମୂଳପୋଛ ହୋଇପାରିବ ।"

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.