ତୁଳସୀ ପାହାଡରେ ଅପରେସନ ପରେ ବିପୁଳ ମାଓସାମଗ୍ରୀ ଜବତ

author img

By

Published : Oct 17, 2021, 7:00 PM IST

mao equipments seize after operation in tulasi hill of malkangiri

ତୁଳସୀ ପାହାଡରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ପରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କଲା ପୋଲିସ । ଅଧିକ ପଢନ୍ତୁ...

ମାଲକାନଗିରି: ତୁଳସୀ ପାହାଡରେ ଅପରେସନ ପରେ ବିପୁଳ ମାଓସାମଗ୍ରୀ ଜବତ । ତୁଳସୀ ପାହାଡରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହାପରେ ପୋଲିସ ଚଢାଉକୁ ଜୋରଦାର କରିଥିଲା । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ତୁଳସୀ ପାହାଡରେ ଅପରେସନ ପରେ ବିପୁଳ ମାଓସାମଗ୍ରୀ ଜବତ

ମାଲକାନଗିରିରେ ମାଓ ଗତିବିଧି ଉପରେ କଡା ନଜର ରଖିଛି ସୁରକ୍ଷା ବାହିନୀ । ଅକ୍ଟୋବର 14 ତାରିଖ ରାତିରେ ତୁଳସୀ ପାହାଡରେ ମାଓବାଦୀ କ୍ୟାଡରମାନେ ଏକାଠି ହୋଇଥିଲେ ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ । ଏହାପରେ ମାଓବାଦୀ ଶିବିର ଉପରେ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଅପରେସନରେ SOG, DVF ଏବଂ BSF ମିଳିତ କମ୍ବିଂ ଅପରେସନ୍ କରିଥିଲା। ଅକ୍ଟୋବର 15 ତାରିଖ ସକାଳୁ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା ଏବଂ ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଏହା ପରେ ସେଠାରେ ସର୍ଚ୍ଚ କରିବାରୁ ବହୁ ମାଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ପ୍ରହଲ୍ଲାଦ ସାହି ମୀନା ସୂଚନା ଦେଇଛନ୍ତି।

ବିଭିନ୍ନ ମାଓ ସାମଗ୍ରୀ ସହ ବୋମା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଥିଲା । ସୂଚନାଥାଉକି ଗତ କିଛି ଦିନ ତଳେ ତୁଳସୀ ପାହାଡରେ ମାଓବାଦୀ ଓ ପୋଲିସ ଗୁଳିବିନିମରେ ୩ ଜଣ ନକ୍ସଲ ନିହତ ହୋଇଥିଲେ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.