ରେଞ୍ଜର ଅଫିସ ହତାରେ ଚାଲିଛି କାଠ କଟା, ଭିଡିଓ ଭାଇରାଲ

author img

By

Published : Aug 30, 2022, 10:38 AM IST

ରେଞ୍ଜରଙ୍କ ଅଫିସ୍ ହତାରେ ଚାଲିଛି କାଠ କଟା

ମାଲକାନଗିରି ଜିଲ୍ଲା ମୋଟୁ ରେଞ୍ଜର ଅଫିସ ହତା ମଧ୍ୟରେ କାଠଗଣ୍ଡିଗୁଡିକୁ ବେଧଡ଼କ ଭାବେ କାଟି ପଟା କରାଯାଉଥିବା ଭିଡିଓ ଭାଇରାଲ ହୋଇଛି । ଅଧିକ ପଢନ୍ତୁ

ମାଲକାନଗିରି: ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ହତା ଭିତରେ ଚାଲିଛି ବେଧଡ଼କ କାଠ କଟା । ମାଲକାନଗିରି ଜିଲ୍ଲା ମୋଟୁ ରେଞ୍ଜର ଅଫିସ ହତା ମଧ୍ୟରେ କାଠଗଣ୍ଡିଗୁଡିକୁ ବେଧଡ଼କ ଭାବେ କାଟି ପଟା କରାଯାଉଥିବା ଭିଡିଓ ଭାଇରାଲ ହୋଇଛି । ସାମିଲ ଅଛନ୍ତି କି ବନାଞ୍ଚଳ ଅଧିକାରୀ ଏହିପରି ଅନେକ ପ୍ରଶ୍ନ ଉଠିଛି । ଭିଡିଓ ଭାଇରାଲ ହେବାରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ରହିଛନ୍ତି ଏସିଏଫ ଲିଲି ଅମାନଟିୟା ।

ରେଞ୍ଜରଙ୍କ ଅଫିସ୍ ହତାରେ ଚାଲିଛି କାଠ କଟା

ଜିଲ୍ଲା ମୋଟୁ ବନାଞ୍ଚଳ ଅଧିକାରୀଙ୍କ ଅଫିସ ଏମଭି79 ଗ୍ରାମ ଠାରେ ଅବସ୍ଥିତ । ରେଞ୍ଜ ଅଫିସ ଭିତରେ ଚାଲିଛି ବେନିୟମ ଭାବରେ ବେଧଡ଼କ୍ ଗଛଗଣ୍ଡି କଟା ଚାଲିଛି । ଖୋଦ୍ ବନାଞ୍ଚଳ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁଙ୍କ ଉପସ୍ଥିତରେ ଅଫିସ ହତା ଭିତରେ ଥିବା ସିଜ କାଠଗଣ୍ଡି ଗୁଡ଼ିକୁ କାଟି ପଟା କରାଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେଉଛି ।

ଭିଡିଓ ଦେଖିବା ପରେ ମାଲକାନଗିରି DFOଙ୍କ ନିର୍ଦ୍ଦେଶରେ ମୋଟୁ ରେଞ୍ଜରଙ୍କୁ ଏକ କାରଣ ଦର୍ଶାଅ ନୋଟିସ କରାଯାଇଥିବା ACF କହିଛନ୍ତି । ଘଟଣାର ତଦନ୍ତ କରି ଦୋଷୀ ଉପରେ ଆଇନ ଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ACF।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.