ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ

author img

By

Published : Oct 7, 2021, 8:52 PM IST

ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ

ଏକ ନକଲି ବନ୍ଧୁକଧାରୀ ଚୋର ଗ୍ୟାଙ୍ଗଙ୍କୁ କାବୁ କଲେ ଗ୍ରାମବାସୀ । ମାଲକାନଗିରି ଥାନା ଉଡ଼ପା ଗାଁରେ ଦେଖିବାକୁ ମଳିଛି ଏଭଳି ଏକ ଦୃଶ୍ୟ । ଅଧିକ ପଢ଼ନ୍ତୁ...

ମାଲକାନଗିରି: ଏକ ନକଲି ବନ୍ଧୁକଧାରୀ ଚୋର ଗ୍ୟାଙ୍ଗଙ୍କୁ କାବୁ କଲେ ଗ୍ରାମବାସୀ । ମାଲକାନଗିରି ଥାନା ଉଡ଼ପା ଗାଁରେ ଦେଖିବାକୁ ମଳିଛି ଏଭଳି ଏକ ଦୃଶ୍ୟ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଛତିଶଗଡ଼ ସୀମାନ୍ତ ନାରାୟଣପୁର ଅଞ୍ଚଳରର କିଛି ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଉଡ଼ପା ଗାଁକୁ ପଶି ଆସିଥିଲେ । ଏମାନେ ଉଡ଼ପା ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବାବେଳେ ଗାଁର କିଛି ଲୋକ ଏହି ଚୋର ଗ୍ୟାଙ୍ଗ୍‌କୁ ଦେଖି କାବୁ କରିବା ପାଇଁ ଚେଷ୍ଟା କରିଥିଲେ ।

ନକଲି ବନ୍ଧୁକଧାରୀ ଚୋରଙ୍କୁ କାବୁ କଲେ ଗ୍ରାମବାସୀ

କିନ୍ତୁ ସେହି ସମୟରେ ଚୋରମାନେ ପାଖରେ ରଖିଥିବା ନକଲି ବନ୍ଧୁକ ଦେଖାଇ ସେଠାରୁ ଖସି ଯିବାକୁ ବସିଥିଲେ । ତେବେ କୌଶଳ କ୍ରମେ ଗାଁ ଲୋକେ ଚୋରଙ୍କୁ କାବୁ କରି କରିନେଇଥିଲ । ଏହି ଗ୍ୟାଙ୍ଗର ୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗାଁ ଲୋକେ ଧରିଥିବା ବେଳେ ବାକି ୪ ଜଣ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଗ୍ରାମବାସୀ ସେହି ତିନି ଚୋରଙ୍କ ନିକଟରୁ 3ଟି ବନ୍ଧୁକ ଜବତ କରିଛନ୍ତି ।

ଚୋରଙ୍କୁ ଧରିବା ପରେ ମାଲକାନଗିରି ପୋଲିସକୁ ଖବର ଦେଇଥିଲେ ଉଡ଼ପା ଗାଁ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରମାନଙ୍କୁ ଗାଁ ଲୋକଙ୍କଠାରୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ଅଧିକା ପଚରା ଉଚାରା କରୁଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.