ମାଲକାନଗିରି ପୋଲିସକୁ ସଫଳତା; ମାଓସାମଗ୍ରୀ ଜବତ, ଦୁଇ ମାଓବାଦୀ ଗିରଫ

author img

By

Published : Sep 16, 2021, 1:57 PM IST

ମାଓସାମଗ୍ରୀ ଜବତ

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନର୍ଗତ ବୋଡଦ ଏବଂ କୁମୀଖାରି ପାହାଡରେ ମାଲକାନଗିରି ଓ କୋରାପୁଟ ପୋଲିସ,ଏସଓଜି, ଡିଭିଏଫର ମିଳିତ ଚଢ଼ାଉ ସଫଳ ହୋଇଛି । ଚଢାଉରେ ଦୁଇଜଣ ମାଓବାଦୀଙ୍କୁ ଗିରଫ କରିବା ସହିତ ମାଓସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ...

ମାଲକାନଗିରି: ଜିଲ୍ଲା ପୋଲିସକୁ ବଡ ସଫଳତା । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନର୍ଗତ ବୋଡଦ ଏବଂ କୁମୀଖାରି ପାହାଡରେ ମାଲକାନଗିରି ଓ କୋରାପୁଟ ପୋଲିସ,ଏସଓଜି, ଡିଭିଏଫର ମିଳିତ ଚଢ଼ାଉ ସଫଳ ହୋଇଛି । ଚଢାଉରେ ଦୁଇଜଣ ମାଓବାଦୀଙ୍କୁ ଗିରଫ କରିବା ସହିତ ମାଓସାମଗ୍ରୀ ଜବତ ହୋଇଛି ।

ମାଓସାମଗ୍ରୀ ଜବତ

ସୂଚନାଅନୁସାରେ ବିଶେଷ ସୁତ୍ରରୁ ଖବର ପାଇ ମାଲକାନଗିରି ପୋଲିସ ଓ କୋରାପୁଟ ପୋଲିସ ମିଳିତ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳାଇଥିଲେ ନକ୍ସଲ । ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲା । ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଗୁଳି ବିନିମୟରେ ପ୍ଲାଟୁନ କମାଣ୍ଡର ସୁରେଶ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି ଏସପି ପ୍ରହ୍ଲାଦ ମୀନା ।

କୋରାପୁଟ ପୋଲିସ ପକ୍ଷରୁ ଦୁଇଜଣ ମାଓବାଦୀ ଦୁବାଶିଷ ଶଙ୍କର ଓ ମହେନ୍ଦ୍ରଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । କୁମ୍ବିଂ ଅପରେସନ ଜାରି ରହିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.