ଚିନ୍ତା ବଢ଼ାଉଛି ଅଜଣା ରୋଗ, ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

author img

By

Published : Sep 17, 2022, 6:57 PM IST

ଚିନ୍ତା ବଢ଼ାଉଛି ଅଜଣା ରୋଗ, ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଚିନ୍ତା ବଢ଼ାଉଛି ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବ୍ୟାପିଥିବା ଅଜଣା ରୋଗ (unknown disease terror in mathili block) । ଏହା ମଦ ଜନିତ ମୃତ୍ୟୁ ବୋଲି କହିଥିଲେ ସ୍ବାସ୍ଥ୍ୟ ଅଧିକାରୀ । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛି ମାଲକାନଗିରି ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ମାଲକାନଗିରି: ଭୟ ଓ ଆଶଙ୍କାରେ ମାଲକାନଗିରିବାସୀ । ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବିଗତ କିଛିଦିନ ଧରି କୌଣସି ଅଜଣା ରୋଗ ବ୍ୟାପିଛି । ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ କିଛିଦିନ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଲାଣି । ତେବେ ଏହା ମଦ ଜନିତ ମୃତ୍ୟୁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଥିଲେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏହା ମଦ ଯୋଗୁଁ ଘଟୁଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ମତକୁ ଖଣ୍ଡନ କରିଛି ଜିଲ୍ଲା କଂଗ୍ରେସ ।

ଚିନ୍ତା ବଢ଼ାଉଛି ଅଜଣା ରୋଗ, ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବିଗତ କିଛିଦିନ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି (Unknown disease terror in Mathili block) । ଏବେ ବି ଅନେକ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ ଗୋଡ ଫୁଲିବା ସାଙ୍ଗକୁ ଜ୍ବର ହେବା ପରେ ଚାଲିଯାଉଛି ଜୀବନ । ଝଡାଫୁଙ୍କା ଓ ଗୁଣିଆ ଉପରେ ଭରସା କରୁଥିବା ବେଳେ କ୍ବାକ ନେଉଥିଲା ଫାଇଦା । ଡାକ୍ତରଙ୍କ ଅଭିଯୋଗ ପରେ ଜଣେ କ୍ବାକକୁ ମାଥିଲି ପୋଲିସ ଗିରଫ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ମାଥିଲିରେ ଅଜଣା ରୋଗରେ ୮ ଜଣଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଦ ଜନିତ ମୃତ୍ୟୁ ମନ୍ତବ୍ୟକୁ ଖଣ୍ଡନ କଲେ ଅବକାରୀ ଅଧିକାରୀ

ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ମଦ୍ୟପାନ ଜନିତ ମୃତ୍ୟୁ ବୋଲି କହିଥିଲେ ସ୍ବାସ୍ଥ୍ୟ ଅଧିକାରୀ । ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ''ସେଠାକାର ପାଣି ଟେଷ୍ଟ କରିଥିଲୁ, ଏଥି ସହ ଯେଉଁ ମାନେ ମୃତ୍ୟୁବରଣ କରିଛନ୍ତି ସେମାନେ ଆଲୋକହୋଲିକ । ଯେଉଁଥିପାଇଁ ଲିଭର ଓ କିଡନୀ ଆଫେକ୍ଟ ହୋଇଛି, ସେମାନଙ୍କ ଠାରେ ନ୍ୟୁଟ୍ରିସନର ଅଭାବ ମଧ୍ୟ ରହିଛି । ତେବେ ପ୍ରାଥମିକ ତଦନ୍ତରୁ ଆଲକୋହୋଲିକ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।" ତେବେ ନିକଟରେ ଜଣେ ୭ ବର୍ଷୀୟ ଶିଶୁର ଜାବନ ଚାଲିଯାଇଥିବାରୁ ଏହାକୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତକୁ ଭିତ୍ତିହୀନ ବୋଲି କହିଥିଲେ ଅବକାରୀ ଅଧିକାରୀ ।

ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଏହା ମଦମୃତ୍ୟୁ ନୁହେଁ , ତେବେ ମୃତ୍ୟୁ ଓ ରୋଗର କାରଣକୁ ସ୍ଵାସ୍ଥ୍ୟ ବିଭାଗ ଖୋଜିବା ଆବଶ୍ୟକ ବୋଲି ଦାବି କରିଛି ଦଳ । ଏହାସହ ମୃତ୍ୟୁ ବରଣ କରିଥିବା ରୋଗୀମାନଙ୍କ ବର୍ତ୍ତମାନ ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କିଭଳି ଏହାକୁ ମଦ ମୃତ୍ୟୁ ବୋଲି କହୁଛି ତାହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ତେବେ ଏହି ମଦ ମୃତ୍ୟୁ କଥାକୁ ପ୍ରତ୍ୟାହୃତ କରିବାକୁ ଜିଲ୍ଲା କଂଗ୍ରେସ ଦାବି କରିଛି । ସେହିପରି ସମସ୍ତ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବାକୁ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରଯାଇଛି ।

ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ନନେଲେ , ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିବା ବେଳେ ଏଥିରେ ରାଜ୍ୟ ଏସ୍‌ଟି ସେଲ ସଭାପତି ଭୁଜବଳ ମାଝି, ରାଜ୍ୟ ଯୁବ କଂଗ୍ରେସର ଯୁଗ୍ମ ସମ୍ପାଦକ ଇଶାକ ଖୋସଲା ପ୍ରମୂଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.