IPL ମ୍ୟାଚ ବେଟିଂ: ୪ ଗିରଫ, ୨୭ ଲକ୍ଷ ଜବତ

author img

By

Published : Oct 17, 2021, 9:27 AM IST

Updated : Oct 17, 2021, 10:54 AM IST

IPL ମ୍ୟାଚ ବେଟିଂ: ୪ ଗିରଫ, ୨୭ ଲକ୍ଷ ଜବତ

ଶୁକ୍ରବାର ଥିବା ଆଇପିଏଲର ଫାଇନାଲ ମ୍ୟାଚ ଉପରେ ଚାଲିଥିଲା କୋଟି କୋଟି ଟଙ୍କାର ବେଟିଂ । ଚଢାଉ କରି ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ମାଲକାନଗିରି ପୋଲିସ । ଅଧିକ ପଢନ୍ତୁ...

ମାଲକାନଗିରି: ଗତ ଶୁକ୍ରବାର ଦିନ ଆଇପିଏଲର ଫାଇନାଲ ମ୍ୟାଚ ଥିଲା । ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମ୍ୟାଚ୍ ଖେଳୁଥିବାବେଳେ ମାଲକାନଗିରି ଥାନା ଅଞ୍ଚଳରେ ଚାଲିଥିଲା ଅନଲାଇନ ମ୍ୟାଚ ବେଟିଂ । କୋଟି କୋଟି ଟଙ୍କା ବେଟିଂ ହୋଇଥିଲା । ମାଲକାନଗିରିର କିଛି କମିସନ ଏଜେଣ୍ଟମାନେ ରହି ବୁକିଂ କାମ କରୁଥିବାବେଳେ ଏନେଇ ସୁରାକ୍ ପାଇଥିଲା ପୋଲିସ । ଯାହାପରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ବେଟିଂ ଚଲାଉଥିବା ୪ ଜଣ ଏଜେଣ୍ଟଙ୍କୁ ଗିରଫ କରିଥିଲା ।

IPL ମ୍ୟାଚ ବେଟିଂ: ୪ ଗିରଫ, ୨୭ ଲକ୍ଷ ଜବତ

ଏହି ଅଭିଯୁକ୍ତମାନେ ହେଲେ ଜି.ଶ୍ରୀନିବାସ ରାଓ, ଜି.ଜଗନ ରାଓ, ବସନ୍ତ କୁମାର ବେହେରା ଏବଂ ଭୋଳାନାଥ ବିଶ୍ବାସ । ସେମାନଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଜବତ କରାଯିବା ସହ ସେମାନଙ୍କ ଆକାଉଣ୍ଟକୁ ସିଜ କରାଯାଇ ୧୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ୭ଟି ମୋବାଇଲ ସହ ମୋଟ ୨୭ ଲକ୍ଷ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡିପିଓ ଅଭିଳାଷ ଜି ଏବଂ ଆଇଆଇସି ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି । ଆଇପିସି ଧାରା ୨୯୪(ଏ),୧୨୦(ବି),୩୪ ଲଗାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ତେବେ ଏହି ବେଟିଂଚେର ଛତିଶଗଡ ଯାଏଁ ଲମ୍ବିଥିବା ଜଣାପଡିଛି । ଅଭିଯୁକ୍ତଙ୍କର ଆକାଉଣ୍ଟ ଛତିଶଗଡର ସୁକମା ଏବଂ ଜଗଦଲପୁରରେ ରହିଛି । ବେଟିଂରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଜଲଦି ଗିରଫ କରିବ ବୋଲି କହିଛି ।

ଉଲ୍ଲେଖଯୋଗ୍ୟ, ଅନଲାଇନ୍‌ ବେଟିଂରେ ଜିଲ୍ଲାର ଶହ ଶହ ଯୁବକମାନେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଉଥିବା ଘଟଣା ନଜରକୁ ଆସୁଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated :Oct 17, 2021, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.