ମାଲକାନିଗିରି ପୋଲିସକୁ ସଫଳତା, ଲ୍ୟାଣ୍ଡମାଇନ ସହ ବ୍ୟାପକ ମାଓ ସାମଗ୍ରୀ ଜବତ

author img

By

Published : Jan 14, 2022, 6:42 PM IST

Updated : Jan 14, 2022, 8:08 PM IST

ମାଲକାନିଗିରି ପୋଲିସକୁ ସଫଳତା, ଲ୍ୟାଣ୍ଡମାଇନ ସହ ବ୍ୟାପକ ମାଓ ସାମଗ୍ରୀ ଜବତ

ମାଲକାନିଗରି ପୋଲିସକୁ ମିଳିଛି ବଡ଼ ସଫଳତା । ଜିଲ୍ଲାର ସ୍ବାଭିମାନ ଅଞ୍ଚଳରୁ ଜବତ ହୋଇଛି ଲ୍ୟାଣ୍ଡମାଇନ ସହ ବ୍ୟାପକ ମାଓ ସାମଗ୍ରୀ । ଅଧିକ ପଢନ୍ତୁ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । ମାଓ ଶିବିରରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ ସହ ବିସ୍ଫୋରକ ସାମଗ୍ରୀ । ଜିଲ୍ଲାର ସ୍ଵାଭିମାନ ଅଞ୍ଚଳର ଯୋଡାମ୍ବ ଥାନା ଅନ୍ତର୍ଗତ ମାରିବେଡା ଓ ନାଦେମଞ୍ଜରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ।

ମାଲକାନିଗିରି ପୋଲିସକୁ ସଫଳତା, ଲ୍ୟାଣ୍ଡମାଇନ ସହ ବ୍ୟାପକ ମାଓ ସାମଗ୍ରୀ ଜବତ

ଆନ୍ଧ୍ର ଓଡିଶା ବୋର୍ଡର ସୀମାନ୍ତରେ DVF ଓ SOG ବାହିନୀର ଯବାନ ମିଳିତ ଭାବେ କୁମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାରିବେଡା ଓ ନାଦେମଞ୍ଜରି ଗ୍ରାମ ନିକଟରେ ଥିବା ଜଙ୍ଗଲ ଭିତରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି । ଯାହା ମଧ୍ୟରେ ୪ଟି ଟିଫିନ ବୋମା, ୨୦ଟି ୱେବ ବେଲ୍ଟ, ୧୯ଟି ଜଙ୍ଗଲ କ୍ୟାପ, ୨୦ଟି ହ୍ବିସିଲ ଓ ବିପୁଳ ପରିମାଣର ଔଷଧ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ଏକ ମାସ ମଧ୍ୟରେ ମାଲକାନଗିରି ପୋଲିସ ଆନ୍ଧ୍ର ଓଡି଼ଶା ସୀମା ଅଞ୍ଚଳରେ ୩ ଥର ସଫଳତା ହାସଲ କରିଛନ୍ତି । ସେପଟେ ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀ ମାନେ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ଜଣାପଡି଼ଛି । ତେବେ ଆଗାମୀ ଦିନରେ ମଧ୍ୟ ଏହି ଅପରେସନ ସମ୍ପୃକ୍ତ ଅଞ୍ଚଳରେ ଜାରି ରହିବ ବୋଲି ମାଲକାନଗିରି ପୋଲିସ ପକ୍ଷରୁ କୁହାଯାଇଛି ।

ମାଲକାନିଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated :Jan 14, 2022, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.