ତୁଳସୀ ପାହାଡରେ ଏନକାଉଣ୍ଟର, ତିନି ମାଓବାଦୀ ସଫା

author img

By

Published : Oct 12, 2021, 11:27 AM IST

Updated : Oct 12, 2021, 12:58 PM IST

ପୋଲିସ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ

ମାଲକାନଗିରି ତୁଳସୀ ପାହାଡରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ତିନି ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା । ଅଧିକ ପଢନ୍ତୁ...

ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଦୁଇ ମହିଳା, ଜଣେ ପୁରୁଷ ମାଓବାଦୀ ପ୍ରାଣ ହରାଇଥିବା ସୂଚନା । DBF ଓ SOG କୁମ୍ବିଂ ଅପରେସନ କରିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ମାଲକାନଗିରି SP ସୂଚନା ଦେଇଛନ୍ତି । ଏଥିରେ ତିନି ଜଣ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିବା ସୂଚନା । ସେମାନଙ୍କ ଠାରୁ ୨ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।

ତୁଳସୀ ପାହାଡରେ ଏନକାଉଣ୍ଟର, ତିନି ମାଓବାଦୀ ସଫା

ଅନ୍ୟପଟେ ଏହି ଗୁଳି ବିନିମୟ ମଧ୍ୟରେ ଲାଲ୍ ବାହିନୀର ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଚାଲିଛି । ବର୍ତ୍ତମାନ ଅପରେସନ ଟିମ୍ ସହ ଯୋଗାଯୋଗ ହୋଇପାରୁ ନଥିବାରୁ ଘଟଣାସ୍ଥଳରେ କ'ଣ ହେଉଛି କିଛି କୁହାଯାଇପାରିବନି ବୋଲି କହିଛନ୍ତି SP ।

ସୂଚନାଯୋଗ୍ୟ, ତୁଳସୀ ପାହାଡ଼ ଜଙ୍ଗଲରେ ଏକ ମାଓବାଦୀ ଶିବିର ଥିବା ଖବର ମିଳିଥିଲା । ଏନେଇ ଏସଓଜି ଓ ଡିବିଏଫ ଯବାନ ପକ୍ଷରୁ ମାଲକାନଗିରି ଏସପି ପ୍ରହ୍ଲାଦ ମିନାଙ୍କ ନେତୃତ୍ବରେ ଗତକାଲି(ସୋମବାର) ରାତ୍ରି ଠାରୁ କୁମ୍ବିଂ ଅପରେସନ କରାଯାଇଥିଲା । ଆଜି ସକାଳୁ କୁମ୍ବିଂ ଅପରେସନ କରାଯାଉଥିବା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ମାଓ ନେତା ସୁନୀଲ ସହିତ ଅନ୍ୟ କିଛି ମାଓନେତା ପୋଲିସର ଆକ୍ରମଣ ପ୍ରତିହତ କରିନପାରି ଛତ୍ରଭଙ୍ଗ ଦେଇଥିଲେ । ତେବେ ଘଟଣାସ୍ଥଳରୁ ପୋଲିସ ଏକ ମହିଳା ମାଓବାଦୀଙ୍କ ମୃତଦେହ ସମେତ ଏକ ଇନସାସ ବନ୍ଧୁକ, ବିସ୍ଫୋରକ ଓ କିଛି ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ।

ଏବେ ମଧ୍ୟ ଏହି ଅଞ୍ଚଳରେ କୁମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସମାନେ ଫେରିବା ପରେ ହିଁ ସମସ୍ତ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି ।

ମାଲକାନଗିରିରୁ ପଞ୍ଚାନନ ଦାସ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 12, 2021, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.