ଜମି ବିବାଦ ନେଇ ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ

author img

By

Published : Aug 25, 2021, 12:48 PM IST

ଜମି ବିବାଦକୁ ନେଇ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ

ଜମି ବିବାଦକୁ ନେଇ ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ । ଏଭଳି ଘଟଣା ଦେଖବାକୁ ମିଳିଛି ମାଲକାନଗିରି ଜିଲ୍ଲା mv31ଗ୍ରାମରେ । ଅଧୁିକ ପଢନ୍ତୁ...

ମାଲକାନଗିରି: ଜମି ବିବାଦକୁ ନେଇ ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ । ଏଭଳି ଘଟଣା ଦେଖବାକୁ ମିଳିଛି ମାଲକାନଗିରି ଜିଲ୍ଲା mv31ଗ୍ରାମରେ । ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ବଙ୍ଗାଳୀ ଲୋକେ ଚାଷ କରି ଆସୁଥିବା ବେଳେ ଆଦିବାସୀମାନେ ଏବେ ଏହାକୁ ବିରୋଧ କରୁଛନ୍ତି । ଏପଟେ ନିଜ ଅଧୀନରେ ଥିବା ଜମିକୁ ଛାଡିବା ପାଇଁ ନାରାଜ ବଙ୍ଗାଳୀ ଲୋକେ । ଏନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାର ପିଟ୍ ହୋଇଥିଲା।

ଜମି ବିବାଦକୁ ନେଇ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ

ସୂଚନାପାଇ ମାଥିଲି ତହସିଲଦାର ଓ ମାଲକାନଗିରି ଥାନାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୋଷ୍ଠୀଙ୍କୁ ବୁଝା ସୁଝା କରୁଛନ୍ତି । କିନ୍ତୁ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ଅଟଳ ରହିଥିବା ବେଳେ ଗଣ୍ଡଗୋଳ ଥମିବାର ନା ଧରୁ ନାହିଁ । ଉଭୟ ପକ୍ଷରୁ ମାରପିଟ୍ ଗଣ୍ଡଗୋଳରେ 3ଜଣ ଆହତ ହୋଇଛନ୍ତି । ଶେଷରେ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଚି ବିବାଦିତ ଜମିରେ ନାଲି ପତାକା ବାନ୍ଧିବା ସହ 144 ଧାରା ଜାରି କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.